ସାରା ରାଜ୍ୟରେ ଆରମ୍ଭ ହୋଇଛି ଓଡିଆ ଭାଷାର ମହାପର୍ବ । ସାରା ରାଜ୍ୟ ଆଜି ଏକ ସମୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଏହି ମହୋତ୍ସବ ରେ ସାମିଲ ହୋଇଛନ୍ତି । ଏଥିରେ ସାରା ରାଜ୍ୟର ବିଦ୍ୟାଳୟ ଗୁଡିକ ମଧ୍ୟ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ହୋଇଛି । ବଜ୍ର କୋଟ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲା ଓୟୁଜେ ସଭାପତି ତଥା ଓୟୁଜେ ରାଜ୍ୟ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ଆଚାର୍ଯ୍ୟ ବିଶ୍ଵରଂଜନ ,ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଲକ୍ଷ୍ମୀଧର ସାହୁ, ସମ୍ମାନିତ ଅତିଥି ଭାବେ ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ର, ସାହିତ୍ୟିକ ରମେଶ ଚନ୍ଦ୍ର ବଳିଆରସିଂହ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ ସଭାପତି ଗଣେଶ୍ଵର ପ୍ରଧାନ, ୱାର୍ଡ଼ ମେମ୍ବର ସରୋଜିନୀ ପ୍ରଧାନ, ଚନ୍ଦ୍ରକାନ୍ତ ମଙ୍ଗରାଜ, ରବିନ୍ଦ୍ର କୁମାର ସଂଗ୍ରାମ ସିଂହ ,ଗଙ୍ଗାଧର ଷଣ୍ଢ ପ୍ରମୁଖ ଯୋଗଦେଇଥିଲେ । ସ୍ଥାନୀୟ ସରପଞ୍ଚ ବନିତା ବଳିଆର ସିଂହଙ୍କ ସଭାପତିତ୍ଵରେ ଏହି କାର୍ଯ୍ୟ କ୍ରମ ପରିଚାଳିତ ହୋଇଥିଲା ।

ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ଆମେ ସମସ୍ତେ ଓଡ଼ିଆ, ଓଡ଼ିଆ ଭାଷା ଆମ ପରିଚୟ । ଭାଷା ହିଁ ଭବିଷ୍ଯତ । ଭାଷାର ଉନ୍ନତି ପାଇଁ ପିଲାମାନେ ପ୍ରତ୍ୟେକ ଦିନ ବହି ପଢିବା, ଲେଖିବା କାର୍ଯ୍ୟ ସହିତ ଜଡ଼ିତ ହେବା ଉଚିତ । ସେହିପରି ମୁଖ୍ୟ ବକ୍ତା ଶ୍ରୀ ସାହୁ କହିଥିଲେ ଯେ ଭାଷା ହେଉଛି ଗୋଟିଏ ଜାତିର ପରିଚୟ । ଭାଷା ହିଁ ମନୁଷ୍ୟ ସମାଜ ଗଠନର ମୂଳଧାର । ତେଣୁ ଆମେ ଭାଷାକୁ ଗୁରୁତ୍ଵ ଦେଇ ଅଧ୍ଯୟନ କରିବାର ଆବଶ୍ଯକତା ରହିଛି । ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କୃତି ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ ।

ଅତିଥି ମାନଙ୍କୁ ସ୍ମୃତି ଫଳକ ପ୍ରଦାନ଼ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ଏକ ଶ୍ରେଣୀ ଗୃହକୁ ବିଭିନ୍ନ ଓଡ଼ିଆ ଭାଷା ପୁସ୍ତକ ପିଲାଙ୍କ,ହାତ ତିଆରି ଚିତ୍ର, ଝୋଠି, ଗୀତ, ଗଳ୍ପରେ ଆକର୍ଷଣୀୟ ଭାବେ ସଜାଯାଇ ପ୍ରଦର୍ଶନୀ କାର୍ଯ୍ୟକ୍ରମ କରାଯାଇଥିଲା । ବିଦ୍ୟାଳୟ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ବାବଧାନରେ ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା , ଅଙ୍ଗନବାଡ଼ି କର୍ମୀ ପୁଷ୍ପ ମଞ୍ଜରୀ ଦେଇ କାନନ ବାଳା ସାହୁ କାଶୀନାଥ ଜୟସିଂହଙ୍କ ସହିତ ସମସ୍ତ ପରିଚାଳନା ସଦସ୍ୟ ଓ ଗ୍ରାମବାସୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ ।

ସେହିପରି ମନ୍ଦାକିନୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରା ଙ୍କ ତତ୍ବାବଧାନରେ ମଧ୍ୟ ଏହି କାର୍ଯ୍ୟକ୍ରମ ଧୂମଧାମ ସହ ପାଳିତ ହୋଇଯାଇଛି । ସେହିପରି ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ତତ୍ୱାବଧାନରେ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହା ସହ ବିଲ ଗଡ଼ିଆ ପ୍ରାଥମିକ ବିଦ୍ୟାଳୟ, ଯଦୁପୁର ପ୍ରାଥମିକ ବିଦ୍ୟାଳୟ , ପିମ୍ପଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଙ୍କିଆ ପ୍ରାଥମିକ ବିଦ୍ୟାଳୟ, ଗୌରାଙ୍ଗ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ବ୍ଲକର ବିଦ୍ୟାଳୟରେ ଏହି କାର୍ଯ୍ୟ କ୍ରମ ପାଳିତ ହୋଇଯାଇଛି । ନୟାଗଡ଼ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।