ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟ ବାଦ ଜଣାଇଲେ ନବ ନିର୍ବାଚିତ ବିଧାୟକ,ନବୀନ ନିବାସ ରେ ପହଂଚି ନବୀନ ପଟ୍ଟନାୟକ ଙ୍କୁ ଭେଟି ଥିଲେ ଦଳ ର ସମସ୍ତ ନବ ନିର୍ବାଚିତ ବିଧାୟକ, ପୁଣି ଜନ ସେବା କରିବାକୁ ସୁଯୋଗ ଦେଇ ଥିବାରୁ ସମସ୍ତେ ନବୀନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି, ସମସ୍ତ ଙ୍କୁ ବିଜୟ ର ଶୁଭେଚ୍ଛା ଜଣାଇ ଛନ୍ତି ନବୀନ ପଟ୍ଟନାୟକ, ଏହା ସହ ଜନ ସେବା ଜାରୀ ରଖିବାକୁ ପରାମର୍ଶ ଦେଇଛନ୍ତି, ଓଡିଶା ର ଉର୍ନତି ପାଇଁ ସଦାସର୍ବଦା ଚେଷ୍ଟା ଜାରୀ ରଖିବାକୁ ସମସ୍ତ ବିଧାୟକ ଙ୍କୁ ନିବେଦନ କରିଛନ୍ତି, 24ବର୍ଷ ତଳେ ରାଜ୍ୟ 70ପ୍ରତିଶତ ଗରିବୀ ରେଖା ତଳେ ରହିଥିବାବେଳେ ଆଜି 10ପ୍ରତିଶତ କୁ ଖସି ଆସିଛି, ଏହା ବିଜେଡି ଶାସନ କାଳ ରେ ସମ୍ଭବ ହୋଇଛି, ଏଭଳି ଭାବେ ଲୋକଙ୍କ ସୁଖ ଦୁଃଖ ର ସାଥି ହୋଇ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ, ସେପଟେ ବରିଷ୍ଠ ନେତାଙ୍କୁ ନେଇ କମିଟି ଗଠନ କରାଯିବ, ଏହି କମିଟି ପରାଜୟ ର ବିଭିର୍ନ କାରଣ ବିଷୟ ରେ ସମୀକ୍ଷା କରିବ ବୋଲି କହିଛନ୍ତି ବିଜେଡି ବିଧାୟକ ଡ଼ ଅରୁଣ କୁମାର ସାହୁ, ଏହା ସହ ଦଳ କିଭଳି ଆଗକୁ ବଢିବ, ବିରୋଧୀ ଦଳର କ’ଣ ଭୂମିକା ରହିବ ସେ ନେଇ ଆଲୋଚନା କରାଯାଇଥିବା ସେ କହିଛନ୍ତି ।
ଆଜିର ଏହି ସକ୍ଷାତକାରରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ରେଙ୍ଗାଲି ବିଧାୟକ ସତ୍ୟନ୍ଦ୍ର ହରିପାଲି, ଜୟଦେବ ବିଧାୟକ ନବ ମଲ୍ଲିକ, ବାଙ୍କୀ ବିଧାୟକ ଦେବି ତ୍ରିପାଠୀ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ନବୀନ ନିବାସରେ ଉପସ୍ଥିତ ରହିଥିଲେ । ଆଠମଲ୍ଲିକ ବିଧାୟକ ନଳିନୀ ପ୍ରଧାନ, ଦେବଗଡ଼ ବିଧାୟକ ରିମାଞ୍ଚ ରଞ୍ଜନ ବିଶ୍ୱାଳ, ଭୋଗରାଇ ବିଧାୟକ ଗୌତମବୁଦ୍ଧଦାସ, ରାଜନଗର ବିଧାୟକ ଧ୍ରୁବ ସାହୁ, ବାଲିଗୁଡା ବିଧାୟକ ଚକ୍ରମଣି କଂହର, ଘସିପୁରା ବିଧାୟକ ବଦ୍ରି ପାତ୍ର, ଆନନ୍ଦ ପୁର ବିଧାୟକ ଅଭିମନ୍ୟୁ ସେଠି, ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଖରିଆର ବିଧାୟକ ଅଧୀରାଜ ପାଣିଗ୍ରାହୀ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣଜେନା ପ୍ରମୁଖ ମଧ୍ୟ ଉପସ୍ଥିତ ରହିଥିଲେ