ଲୋଧାଚୁଆ 9 ମେ :– ଲୋଧାଚୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପିମୋହନ ପୁର ଗ୍ରାମର ବିଶିଷ୍ଟ ନ୍ୟାୟବିତି ତଥା ପୂର୍ବତନ ୱାର୍ଡ ସଭ୍ଯ ସାମାଜ ସେବୀ ରାମ ନାଥ ଖୁଣ୍ଟିଆଙ୍କ ଏକାଦଶାହ ପରିପ୍ରେକ୍ଷୀରେ ସନ୍ଧ୍ୟା 7 ଘଟିକା ସମୟରେ ସୁରେଶ ସ୍ଵାଇଁ ଙ୍କ ସଭାପତିତ୍ବରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ଅତିଥି ଓ ଶ୍ରୋତା ମଣ୍ଡଳୀ ତାଙ୍କ ଫଟୋ ଚିତ୍ର ରେ ପୁଷ୍ପାର୍ପଣ କରି ଏକ ମିନିଟ ନୀରବ ଏକ ମିନିଟ ଶ୍ରଦ୍ଧାଞ୍ଜଳୀ ଜଣାଇ ଥିଲେ।ଏହି ସଭାରେ ବକ୍ତା ମାନେ ଶ୍ରୀ ଖୁଣ୍ଟିଆ ଏକା ଧାରାରେ ଜଣେ ସାମାଜ ସେବୀ, ଜଣେ ନିର୍ବିବାଦୀୟ ଜନ ନେତା,ନ୍ୟାୟବାଦି ଓ ସଫଳ ଅଭିବାବକ ଥିଲେ। ତାଙ୍କର ମେଳାପି ଓ ମିଷ୍ଟ ଭାସା ବଳରେ ଲୋକ ମାନଙ୍କର ପ୍ରିୟପାତ୍ର ଥିଲେ।

ଗ୍ରାମର ଓ ଅଞ୍ଚଳ ର ଆର୍ଥିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଜଣେ ଅଗ୍ରଣୀ ଯୋଦ୍ଧା ଭାବେ କାମ କରୁଥିଲେ। ତାଙ୍କର ଅକାଳ ବିୟୋଗ ଫଳରେ ଅନେକ ସ୍ବପ୍ନ ଆଜି ଅଧୁରା ରହିଥିବାରୁ ତାଙ୍କ ର ସ୍ବପ୍ନ କୁ ସାକାର କରିବା ସହ ତାଙ୍କ ଆଦର୍ଶ ରେ ସମସ୍ତେ ଅନୁପ୍ରାଣିତ ହେବାକୁ ବକ୍ତା ମାନେ ଆହ୍ବାନ ଦେଇ ଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ବିଶିଷ୍ଟ ଆଇନଜ୍ଞ ଗିରିଜା କାନ୍ତ ମହାପାତ୍ର, କବି ତଥା ପ୍ରାଧ୍ୟାପକ ନବକିଶୋର ସାମନ୍ତରାୟ, ସୁରେଶ ସ୍ଵାଇଁ, ଦୁଃଶାସନ ଜେନା,ସୂର୍ୟ ନାରାୟଣ ପ୍ରଧାନ, ମନୋଜ ପାତ୍ର , ପବିତ୍ର ରଥ ଓ ଗୁଣନିଧି ଜେନା ପ୍ରମ୍ମୁଖ ସ୍ମୃତି ଚାରଣ କରିଥିଲେ।