Skip to content

ବିଶ୍ଵ ଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ଼, ତା.୧୧.୧୧.୨୦୨୪-ଅପରାହ୍ନ ୪ ଘଟିକା ସମୟରେ ସଦ୍ ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାର ବଳଙ୍କ ଅଧ୍ୟକ୍ଷତାରେ ସିଦ୍ଧ ପୁରୁଷ ବାବା ରାମଦାସ ଙ୍କ ୭୪ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ମଣିଭଦ୍ରା ପାହାଡ଼ ପାଦ ପାଦ ଦେଶରେ ମା କଳା ପାଟ ଠାକୁରାଣୀଙ୍କ ପବିତ୍ର ପୀଠରେ ଆସନ୍ତା ତା.୪.୧୨.୨୦୨୪ ରିଖ ଠାରୁ ତା.୭.୧୨.୨୦୨୪ ରିଖ ଚାରିଦିନ ଧରି ହେବାକୁ ଥିବା ବିଶ୍ଵ ଶାନ୍ତି ମହାଯଜ୍ଞ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତହସିଲଦାର ଗଣିଆ ଏବଂ ଦଶପଲ୍ଲା ,ବିଡ଼ିଓ ଗଣିଆ, ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଏବଂ ଟ୍ରଷ୍ଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ମହାଯଜ୍ଞକୁ ସମସ୍ତ ଙ୍କ ସହଯୋଗରେ କିପରି ସୂଚାରୁ ରୂପେ ପାଳନ କରାଯିବ ତାହା ଉପରେ ଆଲୋଚନା କରାଯାଇ ନିତି ନିର୍ଦ୍ଧାରଣ କରାଯାଇଥିଲା ।

Ad 1