ଆଜି ବିଶ୍ୱ ପରିବେଶ ଦିବସ -୨୦୨୫ ପାଳନ ଅବସରରେ ଟାକରା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଦଶପଲ୍ଲା ଗ୍ରାମସଭା ସମୂହର ଆନୁକୂଲ୍ୟରେ ଦଶପଲ୍ଲା ଗ୍ରାମସଭା ସମୂହର ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଲିଖନ ଏବଂ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ 49 ଜଣ student ଅଂଶଗ୍ରହଣ କରିଥିଲେ ଏବଂ 6ଜଣ ଶିକ୍ଷକ, ଗ୍ରାମସଭା ସମୂହ, ଦଶପଲ୍ଲାର ସଦସ୍ୟ, ସଦସ୍ୟା, ଟାକରା ଫରେଷ୍ଟର, forest guard, ମଧ୍ୟ ଯୋଗ ଦେଇଥିଲେ।ଉଭୟ ପ୍ରବନ୍ଧ ଲେଖନ, ବକ୍ତୃତା ପ୍ରତିଯୋଗିତା ପରେ ବିଶ୍ୱ ପରିବେଶ ଦିବସ ପାଳନ ହୋଇଥିଲା।

ଆଜିର ସମ୍ମାନୀୟ ଅତିଥି ଭ ଟାକରା ବନପାଳ ଶ୍ରୀଯୁକ୍ତ ରାକେଶ କୁମାର ସାହୁ ପରିବେଶ ନଷ୍ଟ ହେବାର ପ୍ରମୁଖ କାରଣ, ଏହାକୁ କିପରି ଭାବରେ ରୋକିବା ବିଷୟରେ କହିଥିଲେ। ଏହା ସହ ଆଜିର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ପରିବେଶ ସୁରକ୍ଷା, ସଂରକ୍ଷଣ କ୍ଷେତ୍ରରେ ଆମର ଉତ୍ତର ଦାୟିତ୍ୱ, ବିଶେଷ କରି ଯୁବ ଗୋଷ୍ଠୀର ପରିବେଶ ରକ୍ଷା କରିବାର ଆବଶ୍ୟକତା ବିଷୟରେ ମାର୍ଗଦର୍ଶନ କରିଥିଲେ। ଏହାପରେ ପ୍ରତିଯୋଗିତାରେ କୃତିତ୍ୱ ହୋଇଥିବା ସ୍ଟୁଡେଣ୍ଟ ମାନଙ୍କୁ ସମ୍ମାନୀୟ କରିବା ସହ ବୃକ୍ଷ ରୋପଣ କରାଯାଇଥିଲା।
