ବେଆଇନ ଗାଡି ପାର୍କିଙ୍ଗ ଉପରେ ଲାଗିଲା ଅଙ୍କୁଶ, ସହରରେ ଚାଲିଛି ଚଢ଼ାଉ
ନୟାଗଡ଼ ସହର ରେ ଦିନକୁ ଦିନ ନବ କଳେବର ହେଉଛି, ସହରରେ ଦିନକୁଦିନ ଲୋକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ନୟାଗଡ଼ ଏନଏସି ରୁ ମୁନିସିପାଲିଟି ରେ ପରିଣତ ହୋଇଥିବା ରୁ ସହର ପ୍ରତି ଲୋକ ଙ୍କ ଚାହିଦା ବଢିଛି, ନୟାଗଡ଼ ସହର ର ସଂକୁଚିତ ଜାଗାରେ ରେ ଅନେକବ୍ୟକ୍ତି ରାସ୍ତା ଉପରେ ଗାଡି ରଖି ସହରକୁ ଜାମ କରିଛନ୍ତି, ଯେଉଁଥିପାଇଁ ଅନେକ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି,
ଏଥି ନିମନ୍ତେ ମିଳିତ ଭାବେ ଚଢ଼ାଉ କରାଯାଉଛି, ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁ ପୋଲିସ ବିଭାଗ ଓ ପୌରାଞ୍ଚଳ ର କର୍ମଚାରୀ ମାନଙ୍କୁ ନେଇ ବେଆଇନ ଗାଡି ପାର୍କିଙ୍ଗ ଉପରେ ରୋକ ଲଗା ଯାଇଛି, ଆସନ୍ତା କାଲି ଠାରୁ ଯେଉଁ ବ୍ୟକ୍ତିମାନେ ବେଆଇନ ପାର୍କିଙ୍ଗ କରିବେ ସେମାନଙ୍କ ଠାରୁ ଫାଇନ ଅଦାୟ କରାଯିବ ବୋଲି ସୂଚନା ମିଳିଛି, ସହର ର ବିଭିର୍ନ ସ୍ଥାନ ରେ ଚଢ଼ାଉ କରାଯାଇ ଲୋକ ମାନଙ୍କୁ ସଚେତନତା କରାଯାଉଛି