Skip to content

ଭଜନ ସମାରୋହ 10ମ ସନ୍ଧ୍ୟା, ଗୀତିକାର ଶରତ ପାତ୍ର ଙ୍କୁ ସଂଗୀତ ଧାରା ସଂମ୍ମାନ

ଶ୍ରୀଗୁଣ୍ଡିଚା ଭଜନ ସମାରୋହ ଦଶମ ସନ୍ଧ୍ୟା ରେ ସଂଗୀତନୁଷ୍ଠାନ ସଂଗୀତ ଧାରା ନୟାଗଡ଼ ପକ୍ଷରୁ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି,

କଣ୍ଠଶିଳ୍ପୀ ପ୍ରଶାନ୍ତ ଦାସ, ଜୟଶ୍ରୀ ଦେବୀ, ସୁର ଗନ୍ଧର୍ବ ନବ କିଶୋର ମିଶ୍ର, ଗୁରୁ ପ୍ରଭାତ କୁମାର ଦାସ, ଗୁରୁ ରଜନୀକାନ୍ତ ମହାପାତ୍ର, ଡ଼ ଆଶୁତୋଷ ମିଶ୍ର ପ୍ରଦୀପ୍ତ କୁମାର ରଥ, ବିଜୟାନନ୍ଦ ମହାପାତ୍ର, କାଳିଦାସ ମହାପାତ୍ର, ଭୁମିକା ମହାପାତ୍ର, ମାଧବ ଡାକୁଆ, ଶୁଚିସ୍ମିତା ଦୋରା, ଓମ ପ୍ରକାଶ ପାତ୍ର, ଗୋପୀନାଥ ସେଠି, ପ୍ରମୁଖ ଭଜନ ପରିବେଷଣ କରିଥିଲେ,

ଏହି ଅବସରରେ ନୟାଗଡ଼ ଜିଲ୍ଲା ର ପ୍ରତିଷ୍ଠିତ ଭକ୍ତି ସଂଗୀତ ଗୀତିକାର ଶରତ ପାତ୍ର ଙ୍କୁ ସଂଗୀତ ଧାରା ସମ୍ମାନ -2024ପ୍ରଦାନ କରାଯାଇ ସଂମ୍ବର୍ଦ୍ଧିତ କରାଯାଇଥିଲା, ଗୋପୀନାଥ ସେଠି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ମୁଖ୍ୟ ପୃଷ୍ଟପୋଷକ ପ୍ରମୋଦ ପଟ୍ଟନାୟକ, ସଭାପତି ଡ଼. ବିଜୟ କୁମାର ଚୌଧୁରୀ ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ସଂଯୋଜକ ଲକ୍ଷ୍ମୀଧର ସାହୁ, ପ୍ରଦୀପ କୁମାର ସାହୁ, ପ୍ରଶାନ୍ତ କୁମାର ପଟ୍ଟନାୟକ, ଲକ୍ଷ୍ମୀଧର ମହାପାତ୍ର, ପ୍ରଦୀପ୍ତ କୁମାର ଡାକୁଆ, ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀ, ପ୍ରମୁଖ ସହଯୋଗ କରିଥିଲେ

Ad 1