ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନର ପର୍ବ ‘ରକ୍ଷାବନ୍ଧନ’

ସ୍ନେହ, ଶ୍ରଦ୍ଧା, ସମ୍ମାନର ପ୍ରତୀକ ରକ୍ଷା ବନ୍ଧନ ସମଗ୍ର ଭାରତବର୍ଷର ଏକ ସମୃଦ୍ଧ ଉତ୍ସବ। ଶ୍ରାବଣ ପୂର୍ଣ୍ଣିମାର ଶୁଭ ଅବସରରେ ପାଳିତ ହେଉଥିବା ଏହି ଉତ୍ସବଟି କେବଳ ଭାଇ-ଭଉଣୀର ପବିତ୍ର ସ୍ନେହର ବନ୍ଧନ ନୁହେଁ ବରଂ ଦୁଇଟି ଆତ୍ମା, ଦୁଇଟି ହୃଦୟ ଏବଂ ଦୁଇଟି ପ୍ରାଣ ମଧ୍ୟରେ ପରସ୍ପର ପ୍ରତି ଘନିଷ୍ଠତା ଆବେଗ ଓ ସମ୍ମାନର ପ୍ରତୀକ। ଏହି ଦିନ ନିଜ ସୁରକ୍ଷା ପାଇଁ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। ଗାଁ ଗଣ୍ଡା, ସହର ଚାରିଆଡ଼େ ବଡ଼ ଉତ୍ସାହ, ଆନନ୍ଦ ଓ ଉଦ୍ଦୀପନାର ସହ ଏହା ପାଳନ କରାଯାଏ। ଏହା ଏକ କୃଷିଭିତ୍ତିକ ପର୍ବ। ଏଥିରେ ଆମ ଦେଶର ଧର୍ମଦର୍ଶନ,ରୀତିନୀତି, ଆଚାରବ୍ୟବହାର, ପ୍ରଥା, ପରମ୍ପରା, ସଂସ୍କୃତି ସ୍ପଷ୍ଟ ପ୍ରତିଫଳିତ।ଏହି ଅବସରରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଶିବଶକ୍ତି ଭବନ ଯଦୁମଣି ନଗର ପରିସରରେ ପବିତ୍ର ରକ୍ଷା ବନ୍ଧନ ମହୋତ୍ସବ ପାଳିତ ହୋଇଛି,ରଣପୁର ପୂର୍ବତନ ବିଧାୟକ ,ସତ୍ୟ ନାରାୟଣ ପ୍ରଧାନ ଙ୍କ ସହ ତତ ସହିତ ପରିବାର ସମସ୍ତ ଭଉଣୀ, ଉପସ୍ଥିତ ରହି ଭାଇ ମାନଙ୍କ ପାଇଁ ଶୁଭ ମନାସି ହାତରେ ରାକ୍ଷୀ ବାନ୍ଧି ଆଜି ଭଳି ଦିନ ରେ ପବିତ୍ର ରକ୍ଷା ବନ୍ଧନ କୁ ପାଳି ଥିଲେ, ପରସ୍ପର ମଧ୍ୟ ରେ ମିଠା ବଣ୍ଟନ କରିଥିଲେ,

ତେବେ ରକ୍ଷା ବନ୍ଧନକୁ ନେଇ ଅନେକ ପୌରାଣିକ କାହାଣୀ ରହିଛି।

ପରମ୍ପରା ଅନୁସାରେ ଭଉଣୀର ରକ୍ଷା କରିବା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିଥାଏ ରାକ୍ଷୀ । ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ଭଉଣୀମାନେ ଗାଧୋଇ ନିଜ ଘରର ଇଷ୍ଟ ଦେବତାଙ୍କୁ ପୂଜା କରିବା ସହ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ଏହାକୁ ଭାଇ ଓ ଭଉଣୀ ମଧ୍ୟରେ ଥିବା ପାରସ୍ପରିକ ସ୍ନେହ ଏବଂ ବିଶ୍ୱାସର ପ୍ରତୀକ ରୂପେ ବିବେଚନା କରାଯାଏ। ଭଉଣୀମାନେ ରଙ୍ଗବେରଙ୍ଗର ରାକ୍ଷୀ ଭାଇମାନଙ୍କର ହାତରେ ବାନ୍ଧି ସେମାନଙ୍କର ଦୀର୍ଘଜୀବନ କାମନା କରିଥାନ୍ତି। ଭାଇ ମଧ୍ୟ ଭଉଣୀଙ୍କୁ ସବୁବେଳେ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଉପହାର ପ୍ରଦାନ କରିଥାଏ। ଏହି ପର୍ବକୁ ଶହ ଶହ ବର୍ଷଧରି ସାମାଜିକ ସୌହାର୍ଦ୍ଦ୍ୟର ବଡ଼ ଉଦାହରଣ ଭାବେ ବିବେଚନା କରାଯାଉଛି ।

You might also like