ଭାପୁର ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୪ ର ତୃତୀୟ ସନ୍ଧ୍ୟା ଶୁକ୍ରବାର ଅପରାହ୍ନରେ ମହୋତ୍ସବ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। କମିଟି ସଭାପତି ବେଣୁଧର ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ମୁଖ୍ୟ ବକ୍ତା ଭାବେ ସୁପରିଚିତ ଆଧ୍ୟାତ୍ମିକ ପ୍ରବକ୍ତା ମାତୃପ୍ରସାଦ ମିଶ୍ର, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେଵାଶିଷ ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ଭାପୁର ବିଡ଼ିଓ ତଥା ମହୋତ୍ସବର ପ୍ରମୁଖ ପରାମର୍ଶ ଦାତା ରଞ୍ଜିତ କୁମାର ମଲ୍ଲିକ,ଲେଖକ ଓ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ମହାନ୍ତି, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ପ୍ରମୁଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।
ଉତ୍ସଵ ସ୍ଥଳରେ ସମୁଦାୟ ୪୦୦ଟି ଷ୍ଟଲ ଖୋଲାଯାଇଥିବା ବେଳେ ଫାଷ୍ଟଫୁଡ ସମେତ ଘରକରଣା ସାମଗ୍ରୀ ଷ୍ଟଲ ଗୁଡ଼ିକରେ ଲୋକମାନଙ୍କ ଭିଡ଼ ଜମିଥିଲା। ଏହି ଅବସରରେ କଣ୍ଠଶିଳ୍ପୀ ପ୍ରାଣକୃଷ୍ଣ ମହାରଣା ଓ ସାଥୀଙ୍କ ଦ୍ଵାରା ଭଜନ କାର୍ଯ୍ୟକ୍ରମ, ଭାପୁର ବନ୍ଦନା, ଗୋଟିପୁଅ ନୃତ୍ୟ, ଖୋର୍ଦ୍ଧା ପାଇକ ଆଖଡ଼ା ପରିବେଷଣ ହୋଇଥିଲା।
ପରେ ଶଶାଙ୍କ ଶେଖର ଓ ଅର୍ପିତା ଚୌଧୁରୀଙ୍କ ସଙ୍ଗୀତ ସଂଧ୍ୟା କାର୍ଯ୍ୟକ୍ରମରେ ଉପସ୍ଥିତ ହଜାର ହଜାର ସଂଖ୍ୟାରେ ଦର୍ଶକ ଝୁମିଥିଲେ।ନୟାଗଡ଼ ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ