Skip to content

ଭାରତୀୟ ଜନତା ପାର୍ଟି ନୟାଗଡ଼ ଜିଲ୍ଲା ବରିଷ୍ଠ କାର୍ଯ୍ୟ କର୍ତା ଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ପଦକ୍ଷେପ ପାଇଁ ଦାବି ପତ୍ର ପ୍ରଦାନ

ସୂଚନା ଅନୁସାରେ ଭାରତୀୟ ଜନତା ପାର୍ଟି ନୟାଗଡ଼ ଜିଲ୍ଲା ର ବରିଷ୍ଠ କାର୍ଯ୍ୟକର୍ତା ଙ୍କପକ୍ଷରୁ ପଦକ୍ଷେପ ପାଇଁ,ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି,ଦଶପଲ୍ଲା ଆନ୍ତର୍ଗତ ସୋରଡ଼ା, ନୟାଗଡ଼ ର ମାଛିପଡ଼ା, ଓ ସିନ୍ଦୁରିଆ ରେ ଅନେକ ରୋହିଜ୍ଞା ଓ ବାଙ୍ଗଲା ଦେଶୀ ନିଜର ପରିଚୟ ଲୁଚାଇ, ଛଦ୍ମ ପରିଚୟ ନେଇ ହଜାର ହଜାର ସଂଖ୍ୟା ରେ ରହୁଛନ୍ତି,

ଏପରିକି ଅନେକ ସମୟ ରେ ଚୋରି, ଡକାୟତି, ଓ ଛିନତାଇ ଘଟଣା ତଥା ଚୋରା ବ୍ରାଉନ ସୁଗାର,ଓ ଚୋରା ବନ୍ଧୁକ ବ୍ୟବସାୟ ରେ ଲିପ୍ତ ହୋଇ ଜିଲ୍ଲା ରେ ଅପରାଧ ଓ ଅସାମାଜିକ କାର୍ଯ୍ୟ କଳାପ ଘଟାଉ ଥିବାରୁ ଅନେକ ସମୟ ରେ ସାମାଜିକ ପରିସ୍ଥିତି ପରିବେଶ ସମ୍ପୂର୍ଣ ବିଗିଡି ବିସ୍ପୋରକ ପରିସ୍ଥିତି ଆଡକୁ ଗତି କରୁଥିବା ବେଳେ ଏମାନେ ମୁସୁଲିମ ବହୁଳ ଗ୍ରାମ ମାନଙ୍କ ରେ ପୃଷ୍ଟପୋଷକତା ପାଇ ଅନୟାସ ରେ ରହି ନିଷିଦ୍ଧ ଡ୍ରଗ୍ସ ଓ ଚୋରା ବନ୍ଧୁକ ବ୍ୟବସାୟ କରୁଛନ୍ତି,

ଏ ତମାମ ଘଟଣା କୁ ନେଇ ଭାରତୀୟ ଜନତା ପାର୍ଟି ନୟାଗଡ଼ ଜିଲ୍ଲା ର ବରିଷ୍ଠ କାର୍ଯ୍ୟ କର୍ତା ଙ୍କ ପକ୍ଷରୁ ଜିଲ୍ଲା ପାଳଙ୍କୁ ଭେଟି ଏହି ଉଦବେଗ ଜନିତ ଘଟଣା କୁ ଅତ୍ୟନ୍ତ ଗଭୀରତା ର ସହ ହୃଦୟଗମ କରି ସମସ୍ତ ଥାନା ଅଂଚଳରେ ଚିନ୍ହଟ କରି ଯଥା ଶୀଘ୍ର ଜିଲ୍ଲା ରୁ ରୋହିଜ୍ଞା ଓ ବାଂଲାଦେଶୀ ଙ୍କୁତଡିବା ସହିତ ଯେପରି ଏପରି ଲୋକ ଙ୍କୁ କେହି ସଂରକ୍ଷଣ ନ ଦିଅନ୍ତୁ ଓ ଏହାକୁ ସୁନିଶ୍ଚିତ କରିବା ପାଇଁ ଯଥା ଶୀଘ୍ର ଆଦେଶ ପ୍ରଦାନ ସହିତ ଜିଲ୍ଲା ରେ ସମସ୍ତ ଲୋକ କୁ ସଚେତନତା ଅଭିଯାନ କରିବା ପାଇଁ କାର୍ଯ୍ୟକର୍ତ୍ତା ଙ୍କ ପକ୍ଷରୁ ନିବେଦନ କରିବା ସହିତ ଏହାର ଯଥା ଶୀଘ୍ର କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଂଚି ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି

Ad 1