ଅଦ୍ୟ ତା 22-01-24 ରିଖ ଦିବା 10 ଘଟିକା ସମୟରେ ଭାରତୀୟ ଜନତା ପାର୍ଟି ନୟାଗଡ ତରଫରୁ ଏକ ବିଶାଳ ଶୋଭାଯାତ୍ରାସହ ଜଗନ୍ନାଥ ମନ୍ଦିର ନିକଟକୁ ଆସି ଅଯୋଧ୍ୟା ର ରାମଲାଲା ଙ୍କର ପ୍ରାଣ ପ୍ରତିଷ୍ଠା ର ସିଧା ପ୍ରସାରଣ ଦେଖିବା ସହିତ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ବେଶଧାରୀ ବ୍ୟକ୍ତି ମାନଙ୍କୁ ନେଇକି ପ୍ରତିଯୋଗିତା କରାଯାଇଥିଲା |
ଉକ୍ତ କାର୍ଯ୍ୟକ୍ରମ ଲୀଳାମୟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ କେବଳ ଅଯୋଧ୍ୟା ନଗରୀ ନୁହେଁ ସାରା ଭାରତ ଓ ଭାରତ ବାହାରେ ଶ୍ରୀରାମ ପ୍ରେମୀଙ୍କ ମନରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସୃଷ୍ଟି କରିଛି।
ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର।ଗାଁ ଗହଳିର ମହିଳାମାନେ ଘର ଦୁଆର ଲିପାପୋଛା କରି ବିଭିନ୍ନ ରଙ୍ଗବେରଙ୍ଗର ଚିତା କୁଟାଇ ଘର ଆଗରେ ପୂର୍ଣ୍ଣକୁମ୍ଭ ଓ କଳସ ବାଢ଼ି ରାମଲାଲାଙ୍କୁ ପୂର୍ଣ୍ଣ ଅନ୍ତରରେ ସ୍ୱାଗତ କରୁଥିବାର ଦେଖିବାକୁ ମିଳିଛି।

ପୂର୍ବତନ କନ୍ଧମାଳ ସାଂସଦ ତଥା ନୟାଗଡର ରାଣୀ ମାଆ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସମ୍ବିତ ପାତ୍ରଙ୍କ ତତ୍ଵାବଧାନରେ ନୟାଗଡ଼ ରଘୁନାଥ ମନ୍ଦିର(ତ୍ରିନାଥ ଛକ)ଠାରୁ ନୟାଗଡ଼ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ଭାଜପା ବାହିନୀ ବିରାଟ ପଟୁଆରରେ ଶୋଭାଯାତ୍ରା କରିଥିଲେ। ନୟାଗଡ଼ ଜିଲ୍ଲାର ଆଖପାଖ ଅଞ୍ଚଳରୁ ବହୁ ଭକ୍ତ ଆସି ରୁଣ୍ଡ ହୋଇଥିଲେ। ରାମ,ଲକ୍ଷ୍ମଣ ଏବଂ ସୀତା ବେଶଧାରୀଙ୍କ ଏକ ସୁରମ୍ୟ ପ୍ରତିଯୋଗିତା ହୋଇଥିଲା।
ଏଥିରେ ଭାଗ ନେଇ ପ୍ରଥମ ସ୍ଥାନରେ ନୟାଗଡ ବ୍ଲକ ଅନ୍ତର୍ଗତ ଇଟାମାଟି ଗ୍ରାମପଞ୍ଚାୟତର ଯାତ୍ରା ଇନ୍ଦ୍ରଧନୁ , ଦ୍ୱିତୀୟ ଡ଼ିମିସର ଗ୍ରାମର ନାଟ୍ୟ ପରିଷଦ ଏବଂ ତୃତୀୟ ସ୍ଥାନ
1-ରାଉତ୍ତରାପୁର ଗ୍ରାମ ନାଟ୍ୟ ସଂସଦ,2 ଚଣ୍ଡୀବସ୍ତ ନାଟ୍ୟ ସଂସଦ ଏବଂ 3- ମାଛିପଡା ଗ୍ରାମ ନାଟ୍ୟ ସଂସଦ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଡକ୍ଟର ସମ୍ବିତ ପାତ୍ର ଉପଢୌକନ ଦେଇ କରମର୍ଦ୍ଦନ କରିଥିଲେ।
ପ୍ରତିଯୋଗିତାରେ ବିଚାରକ ଭାବରେ ଶ୍ରୀଯୁକ୍ତ ଶ୍ରୀଧର ପ୍ରଧାନ,ବିପିନ ବେହେରା, ଭଗବତୀ ପଟ୍ଟନାୟକ, ରବୀନ୍ଦ୍ର କୁମାର ପ୍ରଧାନ ଯୋଗ ଦେଇଥିଲେ।

ଅଯୋଧ୍ୟାରୁ ସିଧାସଳଖ ପ୍ରସାରଣ ହେଉଥିବା ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ଓ ସୁମଞ୍ଜୁଳ ମନ୍ଦିର ପ୍ରତିଷ୍ଠାର ବିବରଣୀ ଦେଖି ମହିଳା ଓ ପୁରୁଷ ଭକ୍ତମାନେ ଭାରତର ସମ୍ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଥିଲେ। ଦୀର୍ଘ ଶହ ଶହ ବର୍ଷ ପ୍ରତୀକ୍ଷାର ଅନ୍ତ ହୋଇଛି।
ନୟାଗଡ଼ ପୁରୁଣା ସହର ଠାରେ ଶହ ଶହ ଭକ୍ତ ଜୟ ଶ୍ରୀରାମ ନାରାରେ ଆକାଶ ମଣ୍ଡଳ କମ୍ପମାନ କରିଥିଲେ।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଅଯୋଧ୍ୟାଠାରେ ରାମ ବିଗ୍ରହ ଓ ରାମ ମନ୍ଦିର ପ୍ରତିଷ୍ଠା ହେଉଥିବାରୁ ସେ ପ୍ରଶଂସାର ପାତ୍ର ବୋଲି ନୟାଗଡ଼ ଜିଲ୍ଲାରେ ଜନରବ ସୃଷ୍ଟି ହୋଇଛି।