Skip to content

ଭାରତୀୟ ବିକାଶ ପରିଷଦ ନେତୃତ୍ବରେ ବଡଶିଲିଙ୍ଗା ପଚାଂୟତବାସୀଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ବ୍ଲକ ସମ୍ମୁଖରେ ଗଣ ଧାରଣା ।

ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅଧୀନ ଦଳିତ , ଅବହେଳିତ , ନିଷ୍ପେସିତ ଆଦିବାସୀ ଅଧୂଷିତ ବଡଶିଲିଙ୍ଗା ପଚାଂୟତବାସୀଙ୍କ ବିଭିନ୍ନ ମୌଳିକ ସମସ୍ୟା ସମାଧାନନେଇ ପ୍ରଶାସନ ପାଖରେ ଦାବି କରିଆସୁଥିଲେ । କିନ୍ତୁ ଏମାନଙ୍କ କଥାକୁ କେହି ହେଲେ କର୍ଣ୍ଣପାତ କରିନଥିଲେ । ଯାହାକୁ ନେଇ ଭାରତୀୟ ବିକାଶ ପରିଷଦ ନେତୃତ୍ୱରେ ଗତ ୨ ତାରିଖରେ ମୁଖ୍ୟ ଶାସନ ସଚିବ ଙ୍କ ସମେତ ନୟାଗଡ଼ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ୨୦ ରୁ ଅଧିକ ବିଭାଗକୁ ପତ୍ର ମାଧ୍ୟମରେ ଜଣାଇଥିଲେ ! କିଛି ସୁଫଳ ନ ମିଳିବାରୁ ଆଜି ୧୧ ଘଂଟିକା ସମୟରେ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ , ଉପ ସଭାପତି ନିରଞ୍ଜନ ଦାସ , ଜିଲ୍ଲା ସଭାନେତ୍ରୀ କନକଲତା ପ୍ରଧାନ , ରାଜ୍ୟ ୟୁଥ୍ ସଭାନେତ୍ରୀ ସୁନିତା ପଟ୍ଟନାୟକ , ବଡ଼ଶିଲିଙ୍ଗା ପଞ୍ଚାୟତର ସରପଞ୍ଚ ସସ୍ମିତା ସାହୁ , ସମିତି ସଭ୍ୟା ଜାନକୀ ଦେହୁରୀଙ୍କ ସମେତ ୨୦୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଗଣିଆ ଡାକବଙ୍ଗଳା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗଣିଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ବିଭିନ୍ନ ସ୍ଲୋଗାନ ଦେଇ ଧାରଣାରେ ବସିରହିବା ସହିତ ମୌଳିକ ସମସ୍ୟା ପୂରଣ ନ ହେଲା ପଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅହୋରାତ୍ର ଧାରଣା ଜାରି ରହିବ ବୋଲି ସଭାପତି କହିଛନ୍ତି ।

ଘଟଣା ସ୍ଥଳରେ ଗଣିଆ ତହସିଲଦାର ପ୍ରୀତିବାଳା ରଣା, ବିଡ଼ିଓ ସାଗର ନନ୍ଦ, ଗଣିଆ ଥାନା ଅଧିକାରୀ ଲଷ୍ମଣ ଦଣ୍ଡସେନା , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଶାନ୍ତ କୁମାର ଦାସ ଓ ନୟାଗଡ଼ ଏସିଏଫ ଦେବୀପ୍ରସାଦ ରାଉତ ପହଂଚି ଲୋକଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ କିନ୍ତୁ ଅଂଚଳବାସୀ ଜିଦରେ ଅଟଳ ଥିଲେ । ତେବେ ବଡଶିଲିଙ୍ଗା ପଚାଂୟତର ବିଭିନ୍ନ ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା, ପାନୀୟଜଳ, ବିଦ୍ୟୁତ୍‌, ମୋବାଇଲ ସେବା, ଡାକସେବା, ରାସନକାର୍ଡ, ଜଙ୍ଗଲ ଅଧିକାର ଆଇନରେ ଗୋଷ୍ଠୀ ଗତ ଓ ବ୍ୟକ୍ତିଗତ ପଟ୍ଟା ପ୍ରଦାନ, କେତେକ ଗ୍ରାମରେ ଆଶା କର୍ମୀ ନିଯୁକ୍ତି, ଅଙ୍ଗନୱାଡି କେନ୍ଦ୍ର ଖୋଲାଯିବା ,ଉଠାଜଳସେଚନ, କେନ୍ଦୁପତ୍ର ଫଡି ନିର୍ମାଣ, ଆବାସ ଯୋଜନା ଓ ବଡମୂଳ ଠାରୁ କୁତୁରୀ ରାସ୍ତା , ବିଦ୍ୟୁତ ସଂଯୋଗ ପରି ବିଭିନ୍ନ ଦାବୀ ରହିଛି । ଖବର ଲେଖିଲା ବେଳକୁ ବଡ଼ସିଲିଙ୍ଗାବାସୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଥିବାର ଦେଖିବାକୁ ମିଳିଥିଲା

Ad 1