ନୟାଗଡ଼ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାରତ ବିକାଶ ପରିଷଦ ଓ ସୋହମ୍ ସଂଗଠନର ମିଳିତ ଆନୁକୂଲ୍ୟରେ ଓଡ଼ିଶା ମାଟି ତଥା ଭାରତ ମା ର ଦୁଇ ସୁଯୋଗ୍ୟ ପୁତ୍ର ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଭାରତ ବିକାଶ ପରିଷଦର କାର୍ଯ୍ୟାଳୟ ଠାରେ ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ହରେକୃଷ୍ଣ ସାହୁଙ୍କ ଅଧ୍ଯକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ସୁନାମଧନ୍ୟ ସାହିତ୍ୟିକ ଡ଼ଃ. କୈଳାଶ ଚନ୍ଦ୍ର ବାଣ୍ଠ ଓ ସୋହମ୍ ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ ଦୁଇ ମହାପୁରୁଷ ଙ୍କ ଜୀବନୀ ଓ ସ୍ଵାଧିନତା ସଂଗ୍ରାମରେ ସେମାନଙ୍କର ଅବଦାନ ସମ୍ପର୍କରେ ବିଶେଷ ଭାବେ ଆଲୋକପାତ କରିଥିଲେ ।
ସୁସାହିତ୍ୟିକା ଡ଼ଃ. ସୁକାନ୍ତି ମହାନ୍ତି ସମୀକ୍ଷା କରିଥିବା ବେଳେ ଅଧ୍ୟାପିକା ମିନାକ୍ଷୀ ବାଳା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଭାରତ ବିକାଶ ପରିଷଦ ଓ ସୋହମ୍ ସଂଗଠନର ବରିଷ୍ଠ ସଦସ୍ୟ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ । ସର୍ବଶେଷରେ ଜାତୀୟ ସଙ୍ଗୀତ ଗାନ ସହ ସଭସାଙ୍ଗ କରାଯାଇଥିଲା । ନୟାଗଡ଼ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ