ମଣ୍ଡଳସ୍ତରୀୟ ତ୍ରିଦିବସୀୟ କୈ।ଶଳୀ ଓ ସାହିତ୍ୟ ସୃଜନୀ ଶିକ୍ଷକ ତାଲିମ ଶିବିର
ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଇଟାମାଟି ସ୍ଥିତ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତ୍ରିଦିବସୀୟ କୈ।ଶଳୀ ଓ ସାହିତ୍ୟ ସୃଜନୀ ଶିକ୍ଷକ ତାଲିମ ଶିବିର ପର୍ଯ୍ୟାୟକ୍ରମେ ୨୪-୦୬-୨୦୨୪ ରୁ ୨୯-୦୬-୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକର ୩୩ ଟି ବିଦ୍ୟାଳୟର ବିଜ୍ଞାନ ଏବଂ କଳା ବିଭାଗର ଶିକ୍ଷକ ତଥା ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ପ୍ରଶିକ୍ଷଣ ଶିବିରର ଉଦ୍ଘାଟନ କରି ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଶିକ୍ଷଣର ଗୁଣାତ୍ମକ ଦିଗକୁ ଛାତ୍ର- ଛାତ୍ରୀ ଙ୍କ ପାଖରେ ପହଞ୍ଚାଇବା ଦିଗରେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର ପ୍ରଶିକ୍ଷଣ ଶିବିରର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ପ୍ରଶିକ୍ଷକ,ଏସ. ଆର. ଜି ଙ୍କୁ ସ୍ୱାଗତ କରିଥିଲେ।
ପ୍ରଥମ ତିନିଦିନ କୈ।ଶଳର ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ପ୍ରଶିକ୍ଷକ ସୁବ୍ରତ ପଢିହାରୀ ଓ ପ୍ରଦୀପ୍ତ କୁମାର ମହାପାତ୍ର ପରିଚାଳନା କରିଥିଲେ । ପରବର୍ତ୍ତୀ ସାହିତ୍ୟ ସୃଜନୀ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ଶିଶିର ନାୟକ,ଗଦାଧର ସ୍ୱାଇଁ ଏବଂ ଏସ. ଆର୍. ଜି ପ୍ରତାପ କୁମାର ପରିଡା ଶିବିରରେ ଯୋଗଦେଇଥିବା ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।ମାଧ୍ୟମିକ ବିଦ୍ୟାଳୟ ସ୍ତରରେ କୋମଳମତି ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ,ସାଂସ୍କୃତିକ ତଥା ଭାବନାତ୍ମକ ସୃଜନଶୀଳତାର ବିକାଶ ,
ବିଭିନ୍ନ ଭାଷାଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ବୋଧଶକ୍ତି,କାର୍ଯ୍ୟପ୍ରତି ମନସ୍କତା,ଆତ୍ମ ଚେତନତା ତଥା ବ୍ଯକ୍ତିତ୍ବର ବିକାଶ ,
ବହି ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟିକରିବା, ସଂରଚନାତ୍ମକ ଲେଖନ,ପଠନ,ପୁସ୍ତକ ସମୀକ୍ଷା ତଥା ବ୍ୟାକରଣଗତ ଦକ୍ଷତାକୁ ଅଧିକ ସଶକ୍ତ କରିବା,
ସର୍ବୋପରି ଛାତ୍ରଛାତ୍ରୀମାନେ କିଭଳି ଭାବରେ ନିଜର ଅନ୍ତର୍ନିହିତ ଭାବନାକୁ ନିର୍ଦ୍ବନ୍ଦ୍ବରେ ପରିପ୍ରକାଶ କରିପାରିବେ,ଏହା ହେଉଛି ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଆଉ ଆଭିମୂଖ୍ୟ । ସାହିତ୍ୟ ସୃଜନୀ ଶିବିରରେ ପ୍ରଶିକ୍ଷାର୍ଥୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ଦଳଗତ ସଂଗୀତ, ନୃତ୍ୟ ଓ ନାଟକ ପରିବେଷଣ କରିବା ସହ ମଧୁକର, ଇନ୍ଦ୍ରଧନୁ, ତପସ୍ଵିନୀ,ମୋ କଥା ମୋ କାହାଣୀ ଶିର୍ଷକ ଚାରିଗୋଟି ହାତ ଲେଖା ବହି ପ୍ରସ୍ତୁତ କରିଥାଲେ। ଶିବିରର ଉଦଯାପନୀ ସମାରୋହରେ ଶିକ୍ଷକ ତଥା ସାହିତ୍ୟିକ ଏବଂ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଶରତ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇ ଭାଷା, ସାହିତ୍ୟ ବିଶେଷ ଭାବେ ଶିକ୍ଷା କ୍ଷେତ୍ରରେ ମାତୃଭାଷାର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।