ମଦ ପାଇଁ ହତ୍ୟା, ଅଭିଯୁକ୍ତ ଗିରଫ
ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ହରିହରପୁର ଗ୍ରାମର ରାଜକିଶୋର ବିରାଡ଼ ଙ୍କ ହତ୍ୟା ଘଟଣାର ପର୍ଦ୍ଧାଫାସ କରିଛି ପୁଲିସ୍ । ଆଜି ନୟାଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ୍ୟ ଏହି ହତ୍ୟା କାଣ୍ଡର ପର୍ଦ୍ଧାଫାସ କରିଛନ୍ତି । ମଦ ପିଇ ଅଭିଯୁକ୍ତ ହତ୍ୟା କରିଥିବା ସୁଚନା ମିଳିଛି । ସୂଚନାନୁସାରେ ଶରଣକୁଳ ଥାନା ହରିହରପୁର ଗ୍ରାମର ରାଜକିଶୋର ବରାଡ଼୭ ତାରିଖ ମଧ୍ୟରାତ୍ରୀରେ ଘରେ ବିଶୃଙ୍ଖଳା ଲାଗି ଶରଣକୁଳ ବଜାରକୁ ପଳାଇ ଆସିଥିଲେ ।
ସକାଳୁ ଶରଣକୁଳବଜାରର ବିରଜା ମନ୍ଦିର ପାଖରେ ରାଜ କିଶୋରଙ୍କ ମୃତ ଦେହ ପଡ଼ିଥିବା ଦେଖି ତାଙ୍କ ଘରକୁ ଖବର ଦେଇଥିଲେ । ତାଙ୍କ ପତ୍ନୀ ୮ତାରିଖ ୯.୪୫ ବେଳେ ଥାନାରେ ଆସି କେହି ଦୁବୃତ ତାଙ୍କ ସ୍ଵାମୀକୁ ମାରିଦେଇଥିବା ନେଇ ମାମଲା ରୁଜୁ କରିଥିଲେ । ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଛେଦ କରାଯାଇଥିଲା । ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ନୟାଗଡ଼ ଏସଡିପିଓ ଓ ଆଇଆଇସିଙ୍କୁ ନେଇ ଗୋଟିଏ ଟିମ ଗଠନ କରି ତଦନ୍ତ ଆରମ୍ଭ କରାଯାଇଥିଲା ।
ଶରଣକୁଳ ଆଇଆଇସି ଜ୍ୟୋତିପ୍ରକାଶ ସ୍ଵାଇଁ ଏହି ମାମଲାର ତଦନ୍ତ ଭାର ନିଜେ ତଦାରଖ କରିଥିଲେ ।ଫରେନ୍ସିକ୍ ଲାବୋଟୋରୀ ଏବଂ କେ-୧ସ୍କ୍ଵାଡ଼ମୃତ ଘଟିଥିବା ସ୍ଥାନ କୁ ଯାଇ ତଦନ୍ତ କରିଥିଲେ । ପୁଲିସ ପକ୍ଷରୁ ବିଭିନ୍ନ ସୂତ୍ରରୁ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଇଥିଲା । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ଏହି ମାମଲାର ସ୍ଵତନ୍ତ୍ର ତଦନ୍ତଭାର ନେଇଥିଲେ । ଶରଣକୁଳସୁଆର ସାହିର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପୁଅ ଜିତେନ୍ଦ୍ର କୁମାର ମହାପାତ୍ର ଅତ୍ୟାଧିକ ମଦ୍ୟପାନ କରି ରାଜକିଶୋର କୁ ହତ୍ୟା କରିଥିବା ଜଣା ପଡିଥିଲା । ଶରଣକୁଳ ଥାନାରେ କେସନଂ-୧୭୨/ ୨୦୨୪ରେ ଏକ ମାମଲା ରୁଜୁ କରାଯାଇ ଆଜି ଅଭିଯୁକ୍ତକୁ କୋର୍ଟଫରୁ ୱାର୍ଡ କରାଯାଇଛି ।