Skip to content

ମନ୍ଦିରରୁ ଚୋରୀ ଘଟଣାରେ ୪ଗିରଫ ଆରକ୍ଷୀ ଅଧିକ୍ଷକ ଙ୍କ ପ୍ରେସ ମିଟ

ନୟାଗଡର ଦୁଇଟି ମନ୍ଦିରରୁ ଚୋରୀ ଘଟଣାରେ ୪ଜଣଙ୍କୁ ଗିରଫ କଲା ନୟାଗଡ ପୋଲିସ ।ଏ ନେଇ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରେ 4ଘଟିକା ସମୟ ରେ ଆରକ୍ଷୀ ଅଧିକ୍ଷକ ଙ୍କ ପ୍ରେସ ମିଟ, ସୂଚନା ଅନୁଯାୟୀ ଏ ଘଟଣା କୁ ନେଇ ନୟାଗଡ଼ ପୋଲିସ ୩୨ଗ୍ରାମ୍ ସୁନା , ୧୫୦୦ଗ୍ରାମ୍ ରୁପା ଅଳଙ୍କାର ସମେତ ୩୪କେଜି ଓଜନର କଂସାପିତଳ ବାସନକୁସନ ଜବତ କରିଛି ଫେବୃଆରୀ ୧୯ତାରିଖରେ ସହରର ଜଗନ୍ନାଥ ମନ୍ଦିର ଏବଂ ୨୮ତାରିଖରେ ଗୋପୀନାଥ ମନ୍ଦିରରୁ ଚୋରୀ ହୋଇଥିଲା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳର ସୁଶାନ୍ତ କର୍ମୀ ଏହି ଦୁଇଟି ମନ୍ଦିରରୁ ଅଳଙ୍କାର ଚୋରୀ କରିବା ସହ ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଥିଲା । ଜଗନ୍ନାଥ ମନ୍ଦିରରେ ସିସିଟିଭି ନଥିବାରୁ ଚୋରକୁ ଧରିବା ସମ୍ଭବପର ହୋଇନଥିଲା । ତେବେ ଗୋପୀନାଥ ମନ୍ଦିରର ସିସି କ୍ୟାମେରା ଫୁଟେଜକୁ ଆଧାର କରି ପୋଲିସ ଚୋର ପାଖରେ ପହଞ୍ଚିଥିଲା । ନୟାଗଡ ପୋଲିସ ବିଭିନ୍ନ ଜିଲ୍ଲାର ୨୦୦ରୁ ଅଧିକ ସିସି କ୍ୟାମେରା ଫଲୋ କରି ସୁଶାନ୍ତକୁ ଧରିଥିଲା । ଚୋରୀ ସାମଗ୍ରୀକୁ ନେଇ ସୁଶାନ୍ତ ବିକିଥିବା ତିନିଜଣ ବେପାରୀଙ୍କୁ ଗିରଫ କରିଛି ପୋଲିସ ।

ସେମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲାର ଲକ୍ଷ୍ମୀନାରାୟଣ ନାୟକ ଓ ସାହିଲ୍ ପାତ୍ର ଏବଂ ବଲାଙ୍ଗୀର ଜିଲ୍ଲାର ଗୌରହରି ମହାନ୍ତି । ସୁଶାନ୍ତ ନାମରେ ବିଭିନ୍ନ ଜିଲ୍ଲାରେ ୧୧ଟି ମାମଲା ରହିଥିବାବେଳେ କିଛି ମାମଲାରେ ତାକୁ କୋର୍ଟ ଦଣ୍ଡ ଦେଇଛନ୍ତି । ସେହିପରି ସାହିଲ ନାମରେ ଗୋଟିଏ ଏବଂ ଲକ୍ଷ୍ମୀନାରାୟଣ ନାମରେ ୩ଟି ମାମଲା ରହିଛି । ଆଜି ପ୍ରେସମିଟ୍ କରି ନୟାଗଡ ଏସପି ଏସ୍ ସୁଶ୍ରୀ ଏହି ସୂଚନା ଦେଇଛନ୍ତି ।

Ad 1