Skip to content

ମରଣଯନ୍ତା ପାଲଟିଛି ପଣ୍ଡୁସର ପୋଲ ।

ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ନିକଟସ୍ଥ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର୍ ଜାତୀୟ ରାଜପଥ ଉପରେ ଥିବା ପୋଲ ଏବେ ମରଣ ଯନ୍ତା ପାଲଟିଛି ।ଜାତୀୟ ରାଜପଥ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନ ଙ୍କ ଅବହେଳା ରୁ ଖାଲ ଖମାରେ ପରିପୂର୍ଣ୍ଣ ହୋଇଯାଇଛି । ପ୍ରତ୍ୟକ ଦିନ ହଜାର ହଜାର ସଂଖ୍ୟାରେ ମାଲ ବାହୀ ଯାନ ଏବଂ ଛୋଟ ବଡ ଗାଡି ମୋଟର ଯାତାୟତ କରନ୍ତି ।

ଏହି ପୋଲ ଉପରେ ପ୍ରତିଦିନ ଅନେକ ଛୋଟବଡ ଦୁର୍ଘଟଣା ଘଟୁଥିବାବେଳେ, ଦୁଇବର୍ଷତଳେ ଘଟିଥିବା ଏକ ଟ୍ୟାଙ୍କ ର ଦୁର୍ଘଟଣା ରେ ୪ ଗୋଟି ମୂଲ୍ୟବାନ ଜୀବନ ଚାଲିଯାଇଥିଲା । ଏହି ଭଳି ବିଭିନ୍ନ ସମସ୍ୟା ଓ ଅସୁବିଧା କୁ ଦୃଷ୍ଟିରେ ରଖି ଏହି ପୋଲକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବା ସହିତ ନୂତନ ପୋଲକୁ ଲୋକାର୍ପଣ କରିବାକୁ ଦାବି ହେଉଛି ।

Ad 1