ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ନୟାଗଡ ଜିଲ୍ଲା ସଦର ଥାନା ମାଳିସାହି ଫାଣ୍ଡି ଅନ୍ତର୍ଗତ କଞ୍ଚନବେଲି ଗ୍ରାମ ରେ ଜଣେ ମହିଳା ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ହେଲେ ଉକ୍ତ ଗ୍ରାମ ର ବିଜୟ ନାୟକ ଙ୍କ ପତ୍ନୀ ରଞ୍ଜିତା ନାୟକ । ଆଜି ସକାଳୁ ରଞ୍ଜିତା ସମସ୍ତ ଘର କାମ ଶେଷ କରି ଗାଁ ରେ ଥିବା ନଣନ୍ଦ ଙ୍କ ଘର କୁ ଯାଇଥିଲେ । ନଣନ୍ଦ ଙ୍କ ପରିବାର ଲୋକେ ବାହାରେ ରହୁଥିବାରୁ ଏହି ଘରକୁ ବିଜୟ ଙ୍କ ପରିବାର ଦେଖା ରଖା କରୁଥିଲେ । ଦୀର୍ଘ ସମୟ ଧରି ରଞ୍ଜିତା ନଫେରିବାରୁ ତାଙ୍କ ଶାଶୁ ହାର ଦେଇ ଖୋଜି ଖୋଜି ସେଠାରେ ପହଞ୍ଚିବା ବେଳକୁ ରଞ୍ଜିତା ସିଲିଙ୍ଗା ଫ୍ୟାନ ରେ ଝୁଲି ପଡିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ପରିବାର ଲୋକ ରଞ୍ଜିତା ଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ। ଡାକ୍ତର ରଞ୍ଜିତାଙ୍କୁ ମୃତ ଘୋଷଣା କରିବା ପରେ ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଇଟାମାଟି ଥାନା ଅନ୍ତର୍ଗତ ଅରା ସାହି ଗ୍ରାମ ର ରମେଶ ନାହାକଙ୍କ ଝିଅ ରଞ୍ଜିତା ୫ ବର୍ଷ ତଳେ ବିଜୟଙ୍କ ସହ ପ୍ରେମ ବିବାହ କରିଥିଲେ । ବିଜୟ ଏବଂ ରଞ୍ଜିତା ପରସ୍ପର ଭଲରେ ଚଳୁଥିବା ବେଳେ ବିଜୟ ଖମାରି ସାହିଠାରେ ଅବସ୍ଥିତ ପ୍ରେଟୋଲ ଟାଙ୍କିରେ କାମ କରୁଥିଲେ । ବିଭିନ୍ନ ସମୟରେ ଶାଶୁ ଓ ବୋହୁଙ୍କ ଝଗଡା ଲାଗି ରହୁଥିଲା, କିଛିଦିନ ତଳେ ଝଗଡା ଲାଗିବା କାରଣକୁ ନେଇ ବିଜୟ ଓ ରଞ୍ଜିତା ଙ୍କ ସହ ମନୋମାଳିନ୍ୟ ହୋଇଥିଲା, ରଞ୍ଜିତା ଙ୍କ ପରିବାର ଲୋକ ଆସି ଏହାକୁ ସମାଧାନ କରିଥିଲେ, ସକାଳ ସମୟ ରେ ବିଜୟ ଟାଙ୍କି କୁ ଯିବା ପରେ ରଞ୍ଜିତା ନଣନ୍ଦ ଘରକୁ ଯାଇ ଥିବା ଜଣା ପଡିଛି,
ଏ ଘଟଣା କୁ ନେଇ ରଞ୍ଜିତାଙ୍କ ପରିବାର ଝିଅ ର ହତ୍ୟା କରା ଯାଇଥିବା ଅଭିଯୋଗ କରିଛନ୍ତି, ପିଟି ପିଟି ଝିଅ କୁ ମାରିଦେବା ପରେ ଝୁଲାଇ ଦିଆ ଯାଇଥିବା ଅଭିଯୋଗ ହୋଇଛି, ସଦର ଥାନା ପୋଲିସ ଏହି ଘଟଣା କୁ ଗୁରୁତର ସହ ନେଇ ଥିବା ବେଳେ ଅଭିଯୋଗ ଆଧାର ରେ ହତ୍ୟା ମାମଲା ରୁଜୁ ହୋଇଛି, ଏହି ମାମଲା ରେ ରଞ୍ଜିତା ଙ୍କ ସ୍ୱାମୀ ବିଜୟ ନାହାକ ଶାଶୁ ହାର ଦେଇ, ଓ ଶଶୁର ବୈକୁଣ୍ଠ ନାହାକଙ୍କୁ ପୋଲିସ ଅଟକ ରଖି ଛାନଭିନ କରୁଚି, ସଦର ଥାନା ଅଧିକାରୀ ଅନିତା ସାହୁ ଙ୍କ ତତ୍ୱାବଧାନ ରେ ମାଳିସାହି ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କହଁର ଘଟଣା ର ଛାନଭିନ ଚଳାଇଥିବା ସୂଚନା ମିଳିଛି, ନୟାଗଡ଼ ରୁ ଜିତୁନମହାପାତ୍ରଙ୍କ ରିପୋଟ ଲିଭ ଲାଇଭ ଓଡ଼ିଆ