ନୟାଗଡ଼ ଜିଲ୍ଲା ଇଟାମାଟି ଚଳଚିତ୍ର ଭବନପରିସର କଲ୍ୟାଣ ମଣ୍ଡପ ଠାରେମା ଦକ୍ଷିଣ କାଳୀ ବିଦ୍ୟୁତ ଠିକା କର୍ମ ଚାରି ସଙ୍ଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି, ଏହି ସାଧାରଣ ବୈଠକ ରେ ସଙ୍ଘ ର ସଭାପତି ରବୀନ୍ଦ୍ର ଦାସ ଉପସ୍ଥିତ ହୋଇ ବକ୍ତବ୍ୟ ରଖି ଥିଲେ, ବକ୍ତବ୍ୟ ମାଧ୍ୟମ ରେ ଆଗାମୀ ଦିନ ରେ କିଭଳି ସଙ୍ଘର ସମସ୍ତ ସଦସ୍ୟ କର୍ମଚାରୀ ଏକାଠି ରହିବେ, ଓ ରାଜ୍ୟ ସରକାରଙ୍କ ସୁଫଳ ଯୋଜନା ହାତ ମୁଠାକୁ ହାସଲ କରି ସୁଫଳ ପାଇପାରିବେ,ତତସହିତବିଭିର୍ନ ସମସ୍ୟା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଉପରେ ଆଲୋକ ପାତ କରିବା ସହିତ ଶୁଚନ୍ତିତମତାମତ ଦେଇ ଥିଲେ, ଏପଟେ ଯେଉଁ ଭଳି ଭାବେ ସମସ୍ତ କର୍ମଚାରୀ ଅହରହ ନା ଖରା ବର୍ଷା ନା ଶୀତ କୁ ଖାତିରନକରି ଜନ ସାଧାରଣ ଙ୍କୁ ବିଦ୍ୟୁତ ସେବା ଯୋଗାଇ ବା ପାଇଁ କାମ କରନ୍ତି କିନ୍ତୁ ସରକାର ତାହା ସୁଯୋଗ ଦେଉ ନଥିବା ନେଇ ସରକାରଙ୍କ ଉପରେ ବର୍ଷି ଥିଲେ ଜିଲ୍ଲା ସଭାପତି ରବୀନ୍ଦ୍ର ଦାସ, ଅନ୍ୟପଟେ ସଙ୍ଘ ର ସମ୍ପାଦକ ଶ୍ରୀକାନ୍ତ କୁମାର ସ୍ୱାଇଁ, ସାଧାରଣ ସମ୍ପାଦକ ସଞ୍ଜୟ କୁମାର ସାହୁ, ଉପସଭାପତି ସତ୍ୟ ଜିତ ମହାରଣା,ମୁଖ୍ୟ ସଂଯୋଜକ ପ୍ରମୋଦ ବିଶ୍ୱାଳ, ଟ୍ରେଜେରର ଶ୍ରୀକାନ୍ତ ବେହେରା ତଥା ଦଶପଲ୍ଲା ସବଡିଭିଜନ ର ସଂଯୋଜକ ନୀଳାଞ୍ଚଳ ପରିଡା, ଇଟାମାଟି ସବଡିଭିଜନ ର ସଂଯୋଜକ ବୁଦ୍ଧିବାମନ ସେଠି, ଖଣ୍ଡପଡ଼ା ସବ ଡିଭିଜନ ସଂଯୋଜକ ପ୍ରତାପ ଖୁଣ୍ଟିଆ, ନୟାଗଡ଼ ସବ ଡିଭିଜନ ର ସଂଯୋଜକ ଫକୀର ମୋହନ ଭୋଳ, ଙ୍କ ସହ ସଙ୍ଘ ର ସାଧାରଣ ସଦସ୍ୟ ଆଲୋକ କୁମାର ରାଉତ, ରଶ୍ମିରଂଜନ ପ୍ରଧାନ, ପ୍ରଭାତ କୁମାର ପ୍ରଧାନ ଉପସ୍ଥିତ ରହି ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିବା ସହିତ ସଙ୍ଘ ର ମଙ୍ଗଳ କାମନା କରି ବିଭିନ୍ନ ସମସ୍ୟା ଉପରେ ଆଲୋକ ପାତ କରିଥିଲେ,

ପରିଶେଷରେ ରେ ସଙ୍ଘ ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ନୂତନ ସଦସ୍ୟ ଯୋଗ ଦାନ ଦେଇ ଥିଲେ, ବିଦ୍ୟୁତ ଠିକା କର୍ମଚାରୀ ଯୋଗ ଦେଇ ନିଜ ନିଜର ସମସ୍ୟା ସ୍ଥାପନ କରିଥିଲେ,, ସମାନ କାମ କୁ ସମାନ ଦରମା, ଓଭର ଡିୟୁଟି, ସାମାଜିକ ସୁରକ୍ଷା ଆଦି ବିଷୟ ରେ ଜିଲ୍ଲା ସ୍ତରୀୟ କର୍ମ କର୍ତା ମାନଙ୍କୁ ଅବଗତ କରାଇ ଥିଲେ,, ତତ ସହିତ ସରକାର ଙ୍କ ଯୋଜନା କୁ ଫଳବତୀ କରୁଥିବା ବିଦ୍ୟୁତ ଠିକା ଶ୍ରମିକ ମାନଙ୍କ ସ୍ୱାର୍ଥ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କର୍ମ କର୍ତା ମାନେ ଦାବି ଉପସ୍ଥାପନା କରିଥିଲେ,