ଜାମ୍ମୁ ଓ କାଶ୍ମୀରର
ପହଲଗାମ୍ ପର୍ଯ୍ୟଟନ ସ୍ଥଳରେ ଗତ 22 ତାରିଖରେ ଆତଙ୍କବାଦୀ ଙ୍କ ବର୍ବରୋଚିତ ଆକ୍ରମଣ ରେ ପ୍ରାଣହରାଇଥିବା 29 ଜଣ ନୀରିହ ଭାରତୀୟ ଙ୍କୁ ମା ‘ ଫାଉଣ୍ଡେସନ, ନୟାଗଡ଼ ତରଫରୁଆଜି 7ଘଟିକା ସମୟ ରେ ସ୍ଥାନୀୟ ଟ୍ରାଫିକ ଛକ ଠାରୁ ଆରମ୍ଭ ହୋଇ ହିନ୍ଦୁ ମାନଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ବିରୋଧରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ତ୍ରିନାଥ ଛକ ଗାନ୍ଧୀ ପ୍ରତିମୂର୍ତ୍ତୀ ପର୍ଯ୍ୟନ୍ତ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ସଭାପତି ବସନ୍ତ କୁମାର ମିଶ୍ର ପୌରହିତ୍ୟରେ ଓ ସମ୍ପାଦକ ରଂଜନ ରଶ୍ମି ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ 108ଟି ମହମବତୀ ଜାଳି ଶହୀଦମାନଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା l ଭାରତ ସମସ୍ତ ଧର୍ମକୁ ସମ୍ମାନ ଗୁରୁତ୍ୱ ପ୍ରଦାନ କରୁଥିବା ବେକେ,ଏହି ନିନ୍ଦନୀୟ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଧର୍ମର ପ୍ରମାଣ
ଖୋଜିଖୋଜି ଗୁଳି କରି ହତ୍ୟା କରିବା ଏକ ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ ଘଟଣା ବୋଲି ମତବ୍ୟକ୍ତ କରାଯାଇଥିଲା l ଭାରତ ସରକାର ଏଭଳି ଲୋମହର୍ଷକାରୀ ଘଟଣା ଘଟାଇଥିବା ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଉପସ୍ଥିତି ଥିବା ମହାନୁଭବ ଓ ସମାଜିକ କର୍ମୀମାନେ ସରକାରଙ୍କ ପାଖରେ ଦୃଢଦାବୀ କରିଥିଲେ l ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଫେସର ଆଶୁତୋଷ ମିଶ୍ର, ପୁରୀ ସାଂସଦଙ୍କ ପି.ଏସ. ୟୁ ଜ୍ୟୋତିଲାଲ ମାର୍ଥା, ବରିଷ୍ଠ କବି ପ୍ରଭାତ ମିଶ୍ର,ପୂର୍ବତନ ସରପଞ୍ଚ ସୌମ୍ୟ ରଂଜନ ପ୍ରଧାନ, ପ୍ରଫେସର ବାନାମ୍ବାର ପୃଷ୍ଟି,ରେଡ଼କ୍ରସ ଫୋରାମ ଉପଦେଷ୍ଟା ବିଭୁତି ଭୂଷଣ ପଟ୍ଟନାୟକ, ଅକ୍ସଫୋର୍ଡ ଶିକ୍ଷାନୁଷ୍ଠାନ ମୁଖ୍ୟ ବାପି ପ୍ରଧାନ, ଦେବେନ୍ଦ୍ର ପରାମଗୁରୁ, ବୁଲବୁଲ, ସତ୍ୟବ୍ରତ ଲେଙ୍କା, ସାଗର ବିଶ୍ୱାଳ, ପ୍ରତାପ ଷଡ଼ଙ୍ଗୀ,ଅଶୋକ ମଲ୍ଲିକ, ଅଭି ମଲ୍ଲିକ, ବାପି ସାହୁ, ସଂଜୟ ପରିଡା, ସମାଜସେବୀ ଦିବାକର ମିଶ୍ର, ସଂଘମିତ୍ରା ସ୍ୱାଇଁ, ଜ୍ୟୋତ୍ରୀମଇ ପ୍ରଧାନ, ସରସ୍ବତୀ ମହାପାତ୍ର, ସୁଜାତା ତ୍ରିପାଠୀ
ସମାଜସେବୀ ଶ୍ରଦ୍ଧାଞ୍ଜଳି ସଭାରେ
ଉପସ୍ଥିତି ରହି ଘଟଣାର ସମ୍ପର୍କରେ ନିଜର ଭାବାବେଗ ପ୍ରକାଶ କରିଥିଲେ l ଶେଷରେ ମା’ ଫାଉଣ୍ଡେସନ ର ଉପ ସଭାପତି ଗୋପୀନାଥ ସେଠୀ ଧନ୍ୟବାଦ ପର୍ପଣ କରିଥିଲେ l
