Skip to content

ମା ଫାଉଣ୍ଡେସନ ପକ୍ଷରୁ ତ୍ରିନାଥ ଛକ ରାମ ମନ୍ଦିର ପ୍ରାଙ୍ଗଣ ରେ ପରାକ୍ରମ ଉତ୍ସବ ଅନୁଷ୍ଠିତ

ଆଜି ସନ୍ଧ୍ୟା 8ଘଟିକା ସମୟ ରେ ମା ଫାଉଣ୍ଡେସନ ପକ୍ଷରୁ ତ୍ରିନାଥ ଛକ ରାମ ମନ୍ଦିର ପ୍ରାଙ୍ଗଣରେ ପରାକ୍ରମ ଉତ୍ସବ ଅନୁଷ୍ଠିତ ହୋଇଛି,ସୂଚନା ମୁତାବକ ଅପରେସନ ସିନ୍ଦୁର ମାଧ୍ୟମ ରେ ଆତଙ୍କ ବାଦୀ ଙ୍କ ବିରୁଦ୍ଧରେ ଭାରତ ର କଡା ଜବାବ କୁ ସ୍ୱାଗତ କରିସୈନ୍ୟ ବାହିନୀ ଙ୍କ ମନୋବଳ କୁ ଦୃଢ଼ କରିବା ପାଇଁ ତଥା ଯବାନ ଙ୍କୁ ସଂମ୍ମାନ ଓ ଉତ୍ସାହିତ କରିବା ନିମନ୍ତେ ପରାକ୍ରମ ଉତ୍ସବ ମା ଫାଉଣ୍ଡେସନ ପକ୍ଷରୁ ତ୍ରିନାଥ ଛକ ରାମ ମନ୍ଦିର ଠାରେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଆକାଶ ତୋପ ଲଗାଇ ପରାକ୍ରମ ଉତ୍ସବ ଅନୁଷ୍ଠିତ ହୋଇଛି,, ଉକ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାପତି ବସନ୍ତ କୁମାରମିଶ୍ର, ଓ ଅନୁଷ୍ଠାନ ର ସମ୍ପାଦକ ରଞ୍ଜନ ରଶ୍ମିଜେନା ପରିଚାଳନା କରିଥିବା ବେଳେ ସମାଜ ସେବି ଦାମୋଦର ସାହୁ, ଶ୍ରୀଧର ପ୍ରଧାନ, ପ୍ରଭାତ ମିଶ୍ର, ବିଜୟା ନନ୍ଦ ମହାପାତ୍ର, ବାପି ଙ୍କ ସହ ସରୋଜ ମିଶ୍ର, ଉର୍ମିଳା ଗନ୍ତାୟତ, ସୁଜାତା ତ୍ରିପାଠୀ, ସଙ୍ଘମିତ୍ରା ସ୍ୱାଇଁ, ଜ୍ୟୋତ୍ରୀମୟୀ ପ୍ରଧାନ, ବୁଲବୁଲ, ଅଶୋକମଲ୍ଲିକ, ଲକ୍ଷ୍ମୀଧର ପୃଷ୍ଟି, ଜଟ, ରବି ଖୁଣ୍ଟିଆ, ପ୍ରତାପ ଷଡ଼ଙ୍ଗୀ, ପ୍ରମୁଖ ଯୋଗ ଦେଇ ଭାରତ ମାତାକି ଜୟ, ବୀର ଯବାନ କି ଜୟ, ଧ୍ୱନି ଦେବା ସହିତ ବନ୍ଦେ ମାତରଂ ସ୍ଲୋଗାନ ଦେଇ ଖୁସି ବ୍ୟକ୍ତ କରିଥିଲେ

Ad 1