ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ଙ୍କ ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବ ଆସନ୍ତା ୨୭ ତାରିଖରେ କରାଯିବାକୁ ସ୍ଥିର ହୋଇଛି । ଏଥି ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ଦେବା ଦେବୀ ଙ୍କ ପୀଠକୁ ମା ସମଲେଇ ଙ୍କ ପୀଠରୁ ନିମନ୍ତ୍ରଣ ପଠାଯାଇଛି । ଏହି ନିମନ୍ତ୍ରଣ ନୟାଗଡ଼ ଜିଲ୍ଲାର ସମସ୍ତ ଦେବା ଦେବୀଙ୍କ ପୀଠରେ ପହଞ୍ଚିଥିବା ଜଣାଯାଇଛି ।

ମା ଦକ୍ଷିଣକାଳୀଙ୍କ ପୀଠରେ ମା ସମଲେଇଙ୍କ ନିମନ୍ତ୍ରଣକୁ ସ୍ଵାଗତ କରାଯାଇଛି । ମା ସମଲେଇ ଙ୍କ ମନ୍ଦିର ପୂଜକ କୁମର ରାୟ, ସଙ୍କିର୍ତ୍ତନ ରାୟ ଏବଂ ନୋଡାଲ ଅଫିସର ତଥା ସମ୍ବଲପୁର ସଂସ୍କୃତ ଅଧିକାରୀ ଫକିର ମୋହନ ମାଝୀ ମା ଦକ୍ଷିଣକାଳୀଙ୍କ ପୀଠରେ ନିମନ୍ତ୍ରଣ ପ୍ରଦାନ କରିଛନ୍ତି ।

ଶରଣକୁଳ ଲଡୁବାବା ମନ୍ଦିର ଏବଂ ରଣପୁର ଜଗନ୍ନାଥ ମନ୍ଦିର ପକ୍ଷରୁ ନିମନ୍ତ୍ରଣ ଗ୍ରହଣ କରାଯାଇଛି । ନୟାଗଡ଼ ଦେବୋତ୍ତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ, ଶରଣକୁଳ ଲଡୁବାବା ମନ୍ଦିର ସୁପରଭାଇଜର ସୁବାଷ ଚନ୍ଦ୍ର ବରାଡ଼ ପ୍ରମୂଖ ଉପସ୍ଥିତ ରହିଥିଲେ । ନୟାଗଡ଼ ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡେ