ମିଶନ ଶକ୍ତି ଉପଦେଷ୍ଟା ଙ୍କ ନୟାଗଡ଼ ଗସ୍ତ ରେ ଖଣ୍ଡପଡ଼ା ଏବଂ ଭାପୁର ଠାରେ ମିଶନ ଶକ୍ତି ମା ମାନଙ୍କ ସହିତ ଆଲୋଚନା ଏବଂ କାର୍ଯ୍ୟକ୍ରମ ପରିଦର୍ଶନ
ନୟାଗଡ଼ ତା 20.02.24 ରିଖ ମିଶନ ଶକ୍ତି ର ଉପଦେଷ୍ଟା ଡାଃ ଲୋପାମୁଦ୍ରା ବକ୍ସିପାତ୍ର ନୟାଗଡ଼ ଜିଲ୍ଲା ର ଖଣ୍ଡପଡା ଏବଂ ଭାପୁର ଗସ୍ତ କରିଛନ୍ତି | ଖଣ୍ଡପଡ଼ା ର ବ୍ଲକ ସଭା କକ୍ଷରେ ମିଶନ ଶକ୍ତି ର କମ୍ଯୁନିଟି ସପୋର୍ଟ ଷ୍ଟାଫ୍ ଏବଂ GPLFs BLF ର ଲିଡର ମାନଙ୍କ ସହିତ ଆଲୋଚନା କରିଥିଲେ | ସରକାର ଙ୍କ ବିଭିନ୍ନ ଯୋଜନା ଓ ଉପକାରିତା ବିଷୟର କହିଥିଲେ | ବ୍ଲକ ସ୍ତରରେ ତାଲିମ୍ ର ବ୍ୟବସ୍ତା କରି SHG ରୁ SME ହେବା ପାଇଁ ପରାମର୍ଶ ଦେଇଥିଲେ | ପ୍ରତି ପଞ୍ଚାୟତରେ SHG ରୁ SME କରିବା ପାଇଁ ସମସ୍ତେ ଚେଷ୍ଟା କରିବା ଦରକାର | EC ସଦସ୍ୟ ମାନେ ପ୍ରତି ପଞ୍ଚାୟତରେ ବୁଲି ବୁଲି SHG ମାନଙ୍କୁ ବୁଝାଇବା ଦର୍କାର |

ବ୍ୟାଙ୍କ୍ ରୁଣ ସୁଧ ରିହାତି scooty ମିଶନ ଶକ୍ତି ଘର ପଞ୍ଚାୟତ ମହାସଂଘ ଘର ପାଇଁ ଟଙ୍କା ଠାରୁ ଆରମ୍ବ କରି ମିଶନ ଶକ୍ତି cafe ମିଶନ ଶକ୍ତି ବଜାର ମିଶନ ଶକ୍ତି ପାଇଁ ଗାଡି ବ୍ୟବସ୍ତା ସହିତ uniform ସାରୀ blazer ଏବଂ ଦୁବାଇ ଗସ୍ତ କଥା କହିଥିଲେ | ସରକାର ଙ୍କ ଅନ୍ୟ ବିଭାଗ ସହିତ ସମନ୍ୱୟରେ SHG ମାନଙ୍କୁ ଜୀବିକା କାର୍ଯ୍ୟକ୍ରମ ରେ ଭାଗ ନେଇଥିବା କଥା ମଧ୍ୟ କହିଥିଲେ | ଏହାପରେ ବନମାଳିପୁର ରେ ଗୋଟେ SHG ର ଜୀବିକା କାର୍ଯ୍ୟକ୍ରମ ଦେଖିଥିଲେ |

ସେହିପରି ଭାପୁର ଗସ୍ତ ରେ ଭାପୂର ଠାରେ ଏକ ବୈଠକ କରିଥିଲେ | ବ୍ଲକ ର ବିଡିଓ ଭାଇସ ଚେୟାରମ୍ୟାନ୍ ମିଶନ ଶକ୍ତି ର ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମଚାରୀ ଉପସ୍ଥିତ ଥିଲେ | ତାପରେ ବିଜିପୁର ରେ SHG ମାନଙ୍କ ଦ୍ଵାରା କରାଯାଇଥିବା ପରିବା ଚାଷ ଦେଖି ଫେରିଥିଲେ |