ନୟାଗଡ଼ ବ୍ଲକ ବଡ଼ ପଣ୍ଡୁସର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜିଲ୍ଲା ଜକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାସ କ ତତ୍ୱାବଧାନ ରେ ଯକ୍ଷ୍ମା ରୋଗ ର ପ୍ରତିରୋଧ ପାଇଁ ଟୀକାକରଣ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଏହି କାର୍ଯ୍ୟକ୍ରମ ରେ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ଟିବି ସ୍ବେଛାସେବୀ ମାନେ ଘରକୁଘର ବୁଲି 18ବୟସ ରୁ ଉର୍ଦ୍ଧ ବୟସ୍କ ମାନଙ୍କ ପାଇଁ ବିସିଜି ଟୀକା ନେବା ପାଇଁ ସଚେତନତା କରିବେ,ମାତ୍ର ଏହି ଟୀକା ଗର୍ଭବତୀ,ସ୍ତନ୍ୟ ପାନ କରାଉଥିବା ମା,ଗୁରୁତ୍ୱର ସ୍ୱାସ୍ଥ୍ୟସମସ୍ୟା ରେ ଥିବା ବ୍ୟକ୍ତି ମାନେ ନେଇ ପାରିବେ ନାହିଁ,

ଏହି ଟୀକାକରଣ କେନ୍ଦ୍ର ରେ ଓ ସ୍ୱାସ୍ଥ୍ୟ ଅଭିଯାନ ଚାଲୁଥିବା ସମୟ ରେ ବିନା ମୂଲ୍ୟ ରେ ଦିଆ ଯାଇପାରିବ, ବ୍ଳକ କାର୍ଯ୍ୟକ୍ରମ ପରିଚାଳନା ନିବେଦିତା ପ୍ରଧାନ ଙ୍କ ତତ୍ୱାବଧାନ ରେ ସ୍ୱାସ୍ଥ୍ୟ ପରିଦର୍ଶକ, ସ୍ୱାସ୍ଥ୍ୟ କର୍ମୀ, ଓ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରିଣୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା, ଗ୍ରାମ କୁ ଗ୍ରାମ ଯାଇ ଟୀକା କରଣ ସମ୍ପର୍କିତ ବ୍ୟକ୍ତି ମାନଙ୍କୁ ଚିନ୍ହଟ କରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା, ସ୍ୱାସ୍ଥ୍ୟ ଵିଭାଗ ର ଜନ ସ୍ୱାସ୍ଥ୍ୟ ସମ୍ପ୍ରସl ରଣ ଅଧିକାରୀ ସୁରେନ୍ଦ୍ର ପ୍ରଧାନ, ଓ ବରିଷ୍ଠ ଚିକିତ୍ସା ତଦାରଖ କାରି ଦୀପକ କୁମାର ଦଳ ବେହେରା ପ୍ରଶିକ୍ଷକ ଭାବେ ଯୋଗ ଦେଇ ଥିଲେ