ଯନ୍ତ୍ରୀଙ୍କୁ ମାଡ଼ ମାରି ଦାନ୍ତ ଭାଙ୍ଗିବା ଘଟଣା, ସଂଘ ପକ୍ଷରୁ ଗିରଫ ଦାବି

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସି ଅଞ୍ଚଳରେ ଗତ ୩ ଦିନ ଧରି ଦେଖାଦେଇଛି ଅଘଟଣ । ଯାହାକୁ ନେଇ ସବୁଆଡ଼େ ଚର୍ଚ୍ଚା ଜାରି ରହିଛି । ସରକାରୀ କାର୍ଯ୍ୟରେ ଯାଇଥିବା ଜଣେ ଯତ୍ନୀଙ୍କୁ ମାଡ଼ ମାରିଛନ୍ତି ଜଣେ ନେତା । ଯାହାକୁ ନେଇ ସଂଘ ପକ୍ଷରୁ ଗିରଫ ଦାବି ପ୍ରଦାନ କରାଯାଇଛି ।ସୂଚନାନୁସାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର କିଛି ଅଧିକାରୀ ପୁରୀ
ପରିକ୍ରମା ପ୍ରକଳ୍ପ ଦର୍ଶନ କରିବା ପାଇଁ ଦଶପଲ୍ଲା ଅଞ୍ଚଳର ଅନେକ ଭକ୍ତ ଓ ଅଧିକାରୀ ମାନଙ୍କୁ ନେଇ ପୁରୀ ଗସ୍ତ କରିଥିଲେ ।ଫେରିଲାବେଳେ ଜଙ୍କିଆ ନିକଟରେ ଦଶପଲ୍ଲା ଏନଏସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ ଉକ୍ତ ଏନଏସିରେ କାର୍ଯ୍ୟକରୁଥିବା ଏମଆଇ ଅଶୋକ କୁମାର ଦଳବେହେରାଙ୍କୁ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା । ଯନ୍ତ୍ରୀ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

ଏହା ବିରୁଦ୍ଧରେ ଥାନାରେ ଏତଲା ଦାଏର କରାଯାଇଛି । ଏଥି ନିମନ୍ତେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯେଉଁଥି ପାଇଁ ଆଜି ଏହା ବିରୁଦ୍ଧରେ ଓଡିଶା ଡିପ୍ଲମା ଆସୋସିଏସନ ସେବା ସଂଘ ନୟାଗଡ଼ ଶାଖା ପକ୍ଷରୁ ରାଜନେତାଙ୍କ ଗିରଫ ଦାବି କରାଯାଇଛି । ଏଥ୍ ନିମନ୍ତେ ନୟାଗଡ଼ ଜଳ ସେଚନ ବିଭାଗ ଡାକବଙ୍ଗଳା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅଭିଯୁକ୍ତକୁ ଗିରଫ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବି ପତ୍ର ପ୍ରଦାନ କରାଯିବ ବୋଲି ସଂଘ ପକ୍ଷରୁ ପ୍ରକାଶ କରାଯାଇଛି ।

ଓଡିଶା ଡିପ୍ଲୋମା ଇଞ୍ଜିନିୟରିଂ ଆସୋସିଏସନ ସେବା ସଂଘ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ସଭାପତି ପ୍ରାଣବନ୍ଧୁ ବେହେରା, ଉପସଭାପତି କିଶୋର ଶତପଥୀ, ଉପଦେଷ୍ଟା ସରୋଜ ଚନ୍ଦ୍ର ନାୟକ, ସମ୍ପାଦକ ଜ୍ଞାନେନ୍ଦ୍ର ପାଢ଼ିଙ୍କ ତତ୍ତ୍ଵାବଧାନରେ ଜିଲ୍ଲାର ସମସ୍ତ ଯନ୍ତ୍ରୀ ମାନେଉପସ୍ଥିତ ରବିଥିଲେ

You might also like