Skip to content

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ତଦନ୍ତ କରୁଛି ପୋଲିସ, ଜଣେ ଅଟକ

ନୟାଗଡ଼ ଟାଉନ ଥାନା ଅଞ୍ଚଳ ର ବଡ଼ ଅଘଟଣ, ଜଣେ ଯୁବକ ଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଛି, ଯୁବକ ଙ୍କ ଅବସ୍ଥା ସାଙ୍ଘାତିକ ଥୁବାରୁ ଭୁବନେଶ୍ୱର ରେଫର କରାଯାଇଛି, ସୂଚନା ଅନୁସାରେ ନୟାଗଡ଼ ପୌରାଞ୍ଚଳ 5ନମ୍ବର ୱାର୍ଡ଼ ବଡ଼ ହରିଜନ ସାହିର ମୋହନ ମାହାର ଙ୍କ ପୁଅ ଜୋତିମାହାର ଙ୍କୁ କିଛି ଯୁବକ ମାରାଣନ୍ତକ ଆକ୍ରମଣ କରିଛନ୍ତି,

ନୟାଗଡ଼ ମେଡିକାଲ ପଛ ପଟେ ଥିବା ସନ ଆପୋଲୋ ଅଲଟ୍ରା ସାଉଣ୍ଡ ସଂମ୍ନା ରେ ଏଭଳି ଘଟଣା ଘଟିଛି ନୟାଗଡ଼ ଟାଉନ ଥାନା ପୋଲିସ ଖବରପାଇ ଆକ୍ରମଣ ର ଶିକାର ହୋଇଥିବା ଜୋତି କୁ ଘଟଣା ସ୍ଥଳ ରୁ ଉଧାରକରୀ ମୁଖ୍ୟ ଚିକିତ୍ସା ଳୟ ରେ ଭର୍ତି କରିଛନ୍ତି,ତାଙ୍କ ମୁଣ୍ଡ କୁ ଇଟା ସାହାଯ୍ୟ ରେ ଆକ୍ରମଣ କରାଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତ୍ୱର ହୋଇଛି, ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି,ନୟାଗଡ଼ ପୋଲିସ ପକ୍ଷରୁ ତଦନ୍ତ କରି ଜଣକୁ ଅଟକ ରଖିଥିବା ସୂଚନା ମିଳିଛି

Ad 1