ଗଣିଆ:-୦୧/୦୬ ” ରକ୍ତଦାନ ମହତ ଦାନ ” ବିଭିନ୍ନ ସମୟରେ ଅନେକ ରୋଗୀ ରକ୍ତ ଅଭାବ ରୁ ଜୀବନ ମରଣ ସମସ୍ୟା ଦେଇ ଗତି କରୁଛନ୍ତି। ତେବେ ଅନେକ ଲୋକ ଟଙ୍କା ଅଭାବ ରୁ ନିଜ ପରିଜନ ରୋଗୀ ପାଇଁ ରକ୍ତ କିଣିବା କାଠିକର ପାଠ ହୋଇଥାଏ। ମାତ୍ର ଗଣିଆ ବ୍ଲକ ସମ୍ପର୍କ ପି ସୀ ଏସ ର ସମସ୍ତ ସଭ୍ୟ ଙ୍କ ପ୍ରଚେଷ୍ଟା କ୍ରମେ ପ୍ରତି ବର୍ଷ ରକ୍ତ ସଂଗ୍ରହ କରି ଅନେକ ଗରିବ ଲୋକଙ୍କ ପାଇଁ ମସିହା ସାଜିଥାନ୍ତି। ଏଣୁ ରବିବାର ଦିନ ନୟାଗଡ଼ ଜିଲ୍ଲା ଗଣିଆବ୍ଲକ ଅନ୍ତର୍ଗତ କିଶୋର ପ୍ରସାଦ ପଞ୍ଚାୟତ ର ଇନ୍ଦିପଟା ଗ୍ରାମ ରେ ଅବସ୍ଥିତ ଶ୍ରୀ ଶ୍ରୀ ବାବା ବିଶ୍ଵନାଥ ଙ୍କ ପ୍ରାଙ୍ଗଣରେ ସମ୍ପର୍କ ପି ସୀ ଏସ ୧୯୯୨ ମାଟ୍ରିକ ବ୍ୟାଚ ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

କିପରି ଏକ ରକ୍ତଦାନ ଶିବିର ର ଆୟୋଜନ କରାଯିବ ତା ବିଷୟରେ ଆଲୋଚନା କରିଥିଲେ।ଗତ ବର୍ଷ ସମ୍ପର୍କ ପି ସୀ ଏସ ୧୯୯୨ମାଟ୍ରିକ ବ୍ୟାଚ ୭୩ ୟୁନିଟ ରକ୍ତ ସଂଗ୍ରହ କରି ନୟାଗଡ ବ୍ଲଡ଼ ବ୍ୟାଙ୍କ କୁ ଡୋନେଟ କରାଯାଇଥିଲା । ଏ ବର୍ଷ ସମ୍ପର୍କ ପି ସୀ ଏସ ୧୯୯୨ ମାଟ୍ରିକ ବ୍ୟାଚ ର ସଭାପତି ମାନସ ମହାରଣା ଙ୍କ ସମେତ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଗୋପବନ୍ଧୁ ସ୍ୱାଇଁ, ମଧୁସୂଦନ ସାହୁ, ପ୍ରଫୁଲ୍ଲ କୁମାର ରାଉତ , ଜଗଦିଶ ମିଶ୍ର, ସଦାଶିବ ମିଶ୍ର,ନରେଶ ବେହେରା,ମନୋରଞ୍ଜନ ବେହେରା ଓ ପ୍ରମୋଦ କୁମାର ଦାଶ,କୃଷ୍ଣ ଚନ୍ଦ୍ର ମୁଦୁଲି,ପାଣ୍ଡଵ ରଣା,ଅନ୍ତର୍ଜାମୀ ପ୍ରଧାନ, ସନ୍ତୋଷ ବାରିକ,ଦୁଃଶାସନ, ପୀତବାସ ପ୍ରଧାନ,ବିରଞ୍ଚି ସାହୁ ଉପସ୍ଥିତ ଥିଲେ ଓ ସମସ୍ତେ ସଂକଳ୍ପ ନେଇଥିଲେ କି ଏ ବର୍ଷ କିପରି ୧୦୦ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରି ବ୍ଲଡ଼ ବ୍ୟାଙ୍କ କୁ ପ୍ରଦାନ କରାଯିବ । ତାହା ଉପରେ ସମସ୍ତ ଙ୍କର ମତାମତ ନିଆଯାଇଥିଲା । ଜୁନ ମାସ ୨୦ ତାରିଖ ଭିତରେ କିପରି ରକ୍ତଦାନ ଶିବିର ହେବ ତାହା ବିଷୟରେ ଏକ ଆଲୋଚନା କରାଯାଇ ଥିଲା । ପି ସୀ ଏସ ର ସଭାପତି ,ସାମ୍ବାଦିକ ଙ୍କୁ ଅନୁରୋଧ କରିଥିଲେ କି ଏହାକୁ ପ୍ରସାର ପ୍ରଚାର କରାଗଲେ ଅଧିକ ରୁ ଅଧିକ ରକ୍ତଦାତା ଆସିବେ ଓ ରକ୍ତଦାନ ଶିବିର କୁ ଅଧିକ ରକ୍ତ ସଂଗ୍ରହ ହୋଇପାରିବ। ଏଥିପାଇଁ ଆମ୍ଭେ ସମସ୍ତେ କିପରି ସୁଚାରୁ ରୂପେ ସବୁ କାର୍ଯ୍ୟ ସମ୍ପନ୍ନ କରିପାରିବା ତାହା ଉପରେ ମତ ରଖିଥିଲେ।