ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଜେଲ ଛକ ରେ ଆୟୋଜିତ ସଭାରେ 5ଟି ଅଧକ୍ଷ ଭି. କେ. ପାଣ୍ଡିଆନ 10ହଜାର ରୁ ଉର୍ଦ୍ଧ ଜନ ସାଧାରଣ କୁ ଉଦବୋଧନ ଦେଇଛନ୍ତି, ସଭାରେ ଶ୍ରୀଯୁକ୍ତ ପାଣ୍ଡିଆନ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ଆସନ୍ତା 10ଦିନ ରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି କହିଛନ୍ତି,

ଗତ ଜୁଲାଇ 20ତାରିଖ ରେ ରଣପୁର ଆସିଥିବା ସମୟ ରେ 350ଆବେଦନ ପାଇଥିଲେ, ସେଥି ମଧ୍ୟରୁ 300ଆବେଦନ ସମାଧାନ ହୋଇ ସରକାରୀ ଅନୁଦାନ ପ୍ରାପ୍ତ ହୋଇ କାର୍ଯ୍ୟ ଚାଲୁ ରହିଛି ବୋଲି କହିଛନ୍ତି,115ଟି ଧରମାନୁଷ୍ଠl ନ ସମ୍ବନ୍ଧୀୟ ଅଭିଯୋଗ ପାଇଁ 10କୋଟି 55ଲକ୍ଷ ଟଙ୍କା ମଂଜୁର ହୋଇଥିବା 5-ଟି ଅଧକ୍ଷ ସୂଚନା ଦେଇ ଥିବା ବେଳେ ଆମ ଓଡିଶା, ନବୀନ ଓଡିଶାଯୋଜନା ମାଧ୍ୟମ ରେ 27କୋଟି 50ଲକ୍ଷ ଟଙ୍କା ମଂଜୁର ହୋଇଥିବା କହିଛନ୍ତି,

ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ 4କୋଟି 60ଲକ୍ଷ ଟଙ୍କା ମଂଜୁର ହୋଇଛି, ଉପର ମଣିନାଗ ପାଇଁ 3କୋଟି ତଳ ମଣିନାଗ ପାଇଁ 2କୋଟି ଟଙ୍କା ମଂଜୁର ହୋଇଛି, ଶରଣକୂଳ ଲଡ଼ୁବାବା ମନ୍ଦିର ପାଇଁ 5କୋଟି ଟଙ୍କା ଅନୁଦାନ ମିଳିଛି, ଏଥି ସହିତ ରାଜ ସୁନାଖଳା ମହାବିଦ୍ୟାଳୟ, ଓ ରଣପୁର ଡିଗ୍ରୀ ମହାବିଦ୍ୟାଳୟ ପାଇଁ 1କୋଟି ଲେଖାଏଁ ମଂଜୁର ହୋଇଥିବା ଅଧକ୍ଷ ସୂଚନା ଦେଇ ଛନ୍ତି,ଯାହାକି ଜୁନ ମାସ ରେ ଶେଷ ହେବ,ସ୍ୱଛତା ସହ କାର୍ଯ୍ୟ ହେଲେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ର ଅନୁଦାନ ଆସିବ ବୋଲି କହିଛନ୍ତି, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ