ରଣପୁର ରେ ସିପିଆଇ (ଏମ୍) ତରଫରୁ ପାଲେଷ୍ଟାଇନ ସଂହତି ଦିବସ ପାଳିତ

ରଣପୁର ୧୭ ଜୁନୁ – ଆଜି ସିପିଆଇ ( ଏମ) ସମେତ ସମସ୍ତ ବାମପନ୍ଥି ଦଳ ତରଫରୁ ଦେଶ ବ୍ୟାପି ପାଲେଷ୍ଟାଇନ ସଂହତି ଦିବସ ପାଳନ ପରିପ୍ରେକ୍ଷୀରେ ରଣପୁରରେ ପାର୍ଟି ତରଫରୁ ଅପରାହ୍ନ ୫ ଘଟିକା ସମୟରେ ସହିଦ୍ ରଘୁ ଦିବାକର ମଣ୍ଡପ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ସାମ୍ରାଜ୍ୟବାଦୀ ଯୁଦ୍ଧ ଖୋରୀ ଆମେରିକା ନିର୍ଦ୍ଦେଶ ରେ ଇସ୍ରାଏଲ ପାଲେଷ୍ଟାଇନ ଉପରେ ଧାରାବାହିକ ଆକ୍ରମଣ କରି ଚଳେଇ ରଖିଥିବା ଅମାନୁଷିକ ନର ସଂହାର କୁ ବକ୍ତା ମାନେ ତୀବ୍ର ନିନ୍ଦା କରିଥିଲେ। ଗାଜା କୁ ନିଶ୍ଚିହ୍ନ କରିବା ପାଇଁ ଇସ୍ରାଏଲ ଚଳେଇ ରଖି ଥିବା ଯୁଦ୍ଧ ଦ୍ୱାରା ଗାଜା ର ହଜାର ହଜାର ନିରୀହ ଶିଶୁ, ମହିଳା ଓ ସାଧାରଣ ଜନତା ମୃତ୍ଯୁବରଣ କରୁଛନ୍ତି। ଏଭଳି ଅମାନୁଷିକ ଆକ୍ରମଣ ଇସ୍ରାଏଲ ତୁରନ୍ତ ବନ୍ଦ କରିବାକୁ ବକ୍ତା ମାନେ ନିବେଦନ କରିଥିଲେ ଓ ଭାରତ ସରକାର ଏଥିପାଇଁ ଦାବୀ କରିବାକୁ ଆହ୍ଵାନ ଦେଇଥିଲେ। ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ ବୋଲି ପାର୍ଟି ତରଫରୁ ଆହ୍ଵାନ ଦିଆଯାଇଛି। ଏହି ପ୍ରତିବାଦ ସଭାରେ ପାର୍ଟିର ଜିଲ୍ଲା ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର,ନିତ୍ୟାନନ୍ଦ ପରିଡା, ଦୁଃଶାସନ ଜେନା ଓ ଶୁଶୀଲ ମହାନ୍ତି ପ୍ରମୁଖ ବକ୍ତବ୍ଯ ଦେଇ ଥିଲେ।

You might also like