Skip to content

ରଥକାଠ ପୂଜା ପ୍ରସ୍ତୁତି ନିମନ୍ତେ ଜଗନ୍ନାଥ ଦଳର ବୈଠକ

ଓଡିଶାର ଇଷ୍ଟ ଦେବତା ଶ୍ରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୦୨୫ର ରଥ ଯାତ୍ରା ପାଇଁ ଶ୍ରୀ ମନ୍ଦିର ତରଫରୁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରଥଯାତ୍ରା ପାଇଁ ରଥ କାଠ ପ୍ରଥମ ଆବଶ୍ୟକ । ତେଣୁ ଏଥି ନିମନ୍ତେ ରଥ କାଠ ପାଇଁ ନିଦ୍ଧିଷ୍ଟ ଫାଶି, ଅସନ, ପିଆଶାଳ, ଛତିଆନ, ଧଉରା, ପ୍ରଭୁତି ଗଛ ଆବଶ୍ୟକ ହୋଇଥାଏ । ତେଣୁ ପରମ୍ପରା ଅନୁସାରେ ରଥ କାଠର ଗଛ ଚିହ୍ନଟ କରି କାଟିବା ପୂର୍ବରୁ ପ୍ରଥମେ ଦଶପଲା ବନାଞ୍ଚଳ ଅନ୍ତର୍ଗତ ଗଣିଆ ବ୍ଲକ୍ ଅନ୍ତର୍ଗତ ସାତ କୋଶିଆ ବଡ଼ ମୂଳ ନିକଟ ଖଳଖଳା ନାଳ କୂଳରେ ଅବସ୍ତିତ ମାଆ ବଡ଼ ରାଉଳ ଙ୍କ ନିକଟକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜଗନ୍ନାଥଙ୍କର ଆଜ୍ଞା ମାଳ, ପତାକା, ମହାପ୍ରସାଦ,୩ଜଣିଆ ପ୍ରତିନିଧି ମଣ୍ଡଳୀ ଧରି ବନ ବିଭାଗ ସହାୟତାରେ ଆସି ପିଠରେ ପୂଜା କରାଯିବ । ତେଣୁ ୨୦୨୫ ଘୋଷ ଯାତ୍ରା ରଥ କାଠ ପାଇଁ ଚଳିତ ମାସ ୧୭ ତାରିଖ ଦିନ ମା ଙ୍କ ପାଖରେ ପୂଜା ହେବା ପାଇଁ ଶ୍ରୀମନ୍ଦିର ତରଫରୁ ଯେଉଁ ସେବକ ପ୍ରତିନିଧି ପାଇଁ ଆସିବେ ସେମାନଙ୍କୁ ସ୍ଵାଗତ୍ ସମ୍ବର୍ଦ୍ଧନା ଜଣାଇବା ପାଇଁ ଜଗନ୍ନାଥ ଦଳ ତରଫରୁ ଏକ୍ ପ୍ରସ୍ତୁତି ବୈଠକ ଆର ସି କଲେଜ ସଭାଗୃହରେ ଦଳ ର୍ ମାର୍ଗ ଦର୍ଶକ ସନ୍ଥ ସେବକ ଭକ୍ତ ପ୍ରଭୁ ଜୀ ଲଲିତ ନାରାୟଣ ଦାସଙ୍କ ପୌରୋହିତରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଣିଆ ବ୍ଳକ ବିଶ୍ଵ ହିନ୍ଦୁ ପରିଷଦ ସଭାପତି ଅନ୍ତର୍ଯ୍ୟାମୀ ମିଶ୍ର, ସମ୍ପାଦକ ଡ଼.ମଳୟ କୁମାର ପଣ୍ଡା, କୋଷାଧକ୍ଷ ସୁଧାକର ରାଉତ, କଲେଜ ଉପାଦକ୍ଷ ଉମାକାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ନାମ ସଙ୍କୀର୍ତ୍ତନ କରି ପ୍ରତିନିଧି ଦଳ ଙ୍କୁ ସ୍ଵାଗତ୍ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ସକାଳ ୮ଟା ସମୟରୁ ଦିନ ୨ଟା ପର୍ଯ୍ୟନ୍ତ ପୂଜା ହୋମ ଓ ନାମ ସଙ୍କୀର୍ତ୍ତନ ଚାଲିବ ବୋଲି ଜଣାପଡିଛି ।

Ad 1