ରବିବାର ନୟାଗଡ଼ ବଡ଼ଦାଣ୍ଡ ରେ ଗଡିବ ତିନି ରଥ

ଦିନକ ପରେ ରଥଯାତ୍ରା। ଅର୍ଥାତ୍‌‌ ରବିବାରନୟାଗଡ଼ ବଡ଼ଦାଣ୍ଡରେ ଗଡ଼ିବ ତିନିରଥ। ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ। ଏଥିପାଇଁ ପ୍ରାୟ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏ ବର୍ଷ ଅଧିକ ଭିଡ଼ ହେବା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ଶୃଙ୍ଖଳିତ ଭାବେ ଘୋଷଯାତ୍ରା ସମ୍ପନ୍ନ କରିବା ଲାଗି ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ବିଧି ମୁତାବକ, ରଥଯାତ୍ରା ଦିନ ତିନିରଥରେ ଆଜ୍ଞାମାଳ ବିଜେ ପରେ ପୂଜାପଣ୍ଡା ଆଜ୍ଞାମାଳ ଆଣି ରଥ ନିକଟରେ ପହଁଚିବେ ପରେ ସିଂହଦ୍ୱାର ରୁ ସାଙ୍ଗରେ ଭାଇ ବଳଭଦ୍ର, ଭଉଣୀ ଶୁଭଦ୍ରା ଙ୍କୁ ନେଇ ପ୍ରଭୁ ଯାତ୍ରା କରିବେ

ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହବ,

ତେଣୁ ରବିବାର ସକାଳଧୂପ ପରେ ସକାଳ ୮ଟା ୪୫ରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବା ଲାଗି ନୀତି ନିର୍ଘଣ୍ଟ ହୋଇଛି। ଏଥର ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସିବ। ଯେ ହେତୁ ଚଳିତବର୍ଷ ଅରସର ୧୩ ଦିନିଆ ପକ୍ଷ ପଡ଼ିଛି ତେଣୁ ଠାକୁର ଅଣସର ପିଣ୍ଡିରେ ଥିବେ। ତେଣୁ ପଟିଦିଅଁଙ୍କଠାରୁ ରଥ ଆଜ୍ଞାମାଳ ଆସିବା ପରେ ତିନିରଥ ସିଂହଦ୍ୱାର ରବିବାର ଅନୁଷ୍ଠିତ ହେବ ରଥଯାତ୍ରା।ଏଥି ସହିତ ମହା ପ୍ରଭୁ ଙ୍କ ର ଏ ବର୍ଷ ସୁନା ବେଶ ଅନୁଷ୍ଠିତ ହେବ ବୋଲି ଦେବବୋତରଵିଭାଗ ପକ୍ଷରୁସୂଚନା ଦିଆ ଯାଇଛି,

You might also like