ସୂଚନାନୁସାରେ ଆଡପ ମଣ୍ଡପ ରେ ବିଜେ କରିଛନ୍ତି ଶ୍ରୀ ଜୀଉ, ଆଜି କାଞ୍ଚି ଅଭିଯାନ ବେଶ ରେ ଶ୍ରୀ ଜୀଉ ଦର୍ଶନ ଦେଉଥିବା ବେଳେ ଶୁଭ ମଞ୍ଚ ରେ ରାଗେଶ୍ରୀ ନୀଳୟମପରିବାର ତରଫରୁ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଛି,

ଏହି ଅବସର ରେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ,ଉପସ୍ଥିତ ହୋଇ ପ୍ରଭୁ ନୀଳାମୟ ଜଗନ୍ନାଥ ଙ୍କ ପଦାର ବିନ୍ଦ ରେ ପ୍ରଦୀପ ପ୍ରଜ୍ବଳନ କରି ରାଗେଶ୍ରୀ ନୀଳୟମପରିବାର ଦ୍ୱାରା ପରିବେଷିତଶ୍ରୀକ୍ଷେତ୍ର ଭଜନସନ୍ଧ୍ୟା ତଥା ଦେବୋତର ଵିଭାଗ ପ୍ରଯୋଜିତଦ୍ୱିତୀୟ ସନ୍ଧ୍ୟା ର କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ,

ଏହି ଅବସର ରେ ରାଗେଶ୍ରୀ ନୀଳୟମ ପରିବାର କଣ୍ଠ ଶିଳ୍ପୀ ଭଜନ ପରିବେଷଣ କରିଥିବା ବେଳେ ରାଗେଶ୍ରୀ ନୀଳୟମ ପରିବାର ମୁଖ୍ୟ ଗ୍ରୁରୁ ଶ୍ରୀ ପ୍ରଭାତ ଦାସ ଙ୍କ ସହ ପରମ୍ପରା ଅନୁଷ୍ଠାନ ର ସମ୍ପାଦକ ନିର୍ମଳ ସୁରଦେଓ ଉପସ୍ଥିତ ଥିଲେ, ଏହି କାର୍ଯ୍ୟକ୍ରମରେ ଗୋପୀନାଥ ସେଠି ମଞ୍ଚ ପରିଚାଳନା କରିଥିଲେ