ଜିଲ୍ଲାପାଳ, ନୟାଗଡ଼ ଙ୍କ ଅଧ୍ୟକ୍ଷତାରେ ରେ ତା ୨୪.୦୯.୨୪ ରିଖ ଦିବା ୧୦ ଘଟିକା ସମୟରେ ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହରେ ମାସିକ ରାଜସ୍ବ ଅଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ),ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ,ଉପ ଜିଲ୍ଲାପାଳ, ସମସ୍ତ ଡେପୁଟି କଲେକ୍ଟର, ସମସ୍ତ ଆସିଷ୍ଟାଣ୍ଟ କଲେକ୍ଟର, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ। ଉକ୍ତ ବୈଠକରେ ଜିଲ୍ଲା ର ରାଜସ୍ୱ ମାମଲା ଗୁଡିକର ମାସିକ ପ୍ରଗତି ବିବରଣୀ ଉପରେ ଆଲୋକପାତ କରାଯାଇଥିଲା।ଏହା ସହିତ ORTPS Act , ବସୁନ୍ଧରା ଯୋଜନା ର ଅଗ୍ରଗତି, ରାଜସ୍ବ ଆଦାୟ, OPLE, Mutation, Ex-gratia, pension care, ଇତ୍ୟାଦି ବିଷୟରେ ସାମୁହିକ ଆଲୋଚନା କରାଯାଇଥିଲା।ସମସ୍ତ ରାଜସ୍ବ ଅଧିକାରୀ ମାନେ ସମୟବର୍ତ୍ତି ହୋଇ ସମସ୍ତ କାର୍ଯ୍ୟ ରେ ତପ୍ତରତା ପ୍ରକାଶ କରିବାପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ବୈଠକର ପରିଚାଳନା PPT ମାଧ୍ୟମରେ ହୋଇଥିଲା।
