Skip to content

ରାଜ୍ୟରେ ସରକାର ବଦଳିବା ପରେ ଠପ୍ ହୋଇଯାଇଛି ବିକାଶମୂଳକ କାମ: ବିଧାୟକ ଅରୁଣ ସାହୁ

ରାଜ୍ୟରେ ସରକାର ବଦଳିବା ପରେ ବିକାଶମୂଳକ କାମ ଠପ୍ ହୋଇଯାଇଛି। ଦୁଇଥର ବିଜେଡି ଏ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଦେଇଛି। ହେଲେ ଏହାକୁ ଗ୍ରହଣ କରାଯାଉନାହିଁ। ଆମେ ବିଧାନସଭା ନିୟମ ଅନୁସାରେ ମୁଲତବୀ ପ୍ରସ୍ତାବ ଦେଉଛୁ । ହେଲେ ରାଜ୍ୟ ସରକାର ଆଲୋଚନାକୁ ଡରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।

ସେ କହିଛନ୍ତି, ୩୧୪ ବ୍ଲକରେ ବିକାଶ କାମ ଠପ୍ ହୋଇଯାଇଛି। ତେଣୁ ଆମେ ବାରମ୍ବାର ଏ ପ୍ରସଙ୍ଗ ଉଠାଇଛୁ l ସରକାର ଏ ପ୍ରସଙ୍ଗରେ କାହିଁକି ଆଲୋଚନାରୁ ପଛଘୁଞ୍ଚା ଦେଉଛନ୍ତି ବୋଲି ଅରୁଣ ପ୍ରଶ୍ନ କରିଛନ୍ତି । ବିଜେଡି ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ସମାନ ପ୍ରସଙ୍ଗ ଉଠାଇଛନ୍ତି। ମୁଲତବୀ ପ୍ରସ୍ତାବ ହେଉଛି ବିରୋଧୀଙ୍କ ସାମ୍ବିଧାନିକ ଅଧିକାର। କାହିଁକି ସେଥିରୁ ବଞ୍ଚିତ କରାଯାଉଛି ବୋଲି କହିଛନ୍ତି ଗଣେଶ୍ଵର ।

ପଏଣ୍ଟ ଅଫ ଅଡର ଜରିଆରେ ପ୍ରଶ୍ନ ଉଠାଇଥିଲେ ବିଜେଡି ବିଧାୟକ । ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯାଉ ନଥିବାରୁ ବିଜେଡି ବିଧାୟକମାନେ ହଟ୍ଟଗୋଳ କରିଥିଲେ। ବାଚସ୍ପତିଙ୍କ ଅବହେଳା ପ୍ରସଙ୍ଗରେ ଗୃହରେ ପ୍ରତିବାଦ କରିଥିଲେ ।

Ad 1