Skip to content

ରାମଲାଲା ଙ୍କ ପ୍ରତିଷ୍ଠା ଉତ୍ସବ ଲେଙ୍କୁଡ଼ି ପଡା ଶ୍ରୀରାମ ମନ୍ଦିର ରେ ହୋମ ଯଂଜ୍ଞ

ଆଜି ପୁଣ୍ୟଭୁମି ଅଯୋଧ୍ୟା ରେ ପ୍ରଭୁ ଶ୍ରୀ ରାମଲାଲା ଙ୍କର ପ୍ରାଣପ୍ରତିଷ୍ଠା ଉତ୍ସବ ଅବସରରେ ସବୁ ଆଡ଼େ ଶ୍ରୀ ରାମଲାଲା ଙ୍କ ର ପୂଜା ଅର୍ଚନା ଚାଲି ଥିବା ବେଳେ ନୟାଗଡ଼ ଜିଲ୍ଲା ର ଲେଙ୍କୁଡ଼ିପଡା ଗ୍ରାମରେ ଥିବା ଶ୍ରୀ ରାମ ମନ୍ଦିର ରେ ଏକ ଭବ୍ୟ ହୋମଯଂଜ୍ଞ ର ଆୟୋଜନ କରାଯାଇଥିଲା, ଉକ୍ତ ଗ୍ରାମର ସୁକାନ୍ତ ନାୟକ, ମାହେଶ୍ୱରୀ ନାୟକ,ନରୋତମ ମହାନ୍ତି,ଓ କୁନ୍ତଳା ମହାନ୍ତି ହୋମ ଯଂଜ୍ଞ ରେକର୍ତା ଭାବେ ଯୋଗ ଦେଇ ଥିଲେ,,

ଗୋଟିଏ ପଟେ ଯଂଜ୍ଞ କାର୍ଯ୍ୟ ଚାଲୁ ଥିବା ବେଳେ ଅନ୍ୟପଟେ ସଂକୀର୍ତନ ମଣ୍ଡଳୀ, ଓ ପ୍ରୋଜେକ୍ଟର ମାଧ୍ୟମ ରେ ଅଯୋଧ୍ୟା ରେ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କରାଯାଇଥିଲା, ସମସ୍ତ ରାମ ଭକ୍ତ ସଂକୀର୍ତନ କରି ହରିବୋଲ ହୁଳହୁଳି, ପକାଇ ମନ୍ଦିର ବେଢାରେ ପରୀକ୍ରମା କରି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ,

ଏହି ଭବ୍ୟକାର୍ଯ୍ୟକ୍ରମ ରେ ପ୍ରାୟ 1500ରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇଥିଲେ, ସକାଳ 10ରୁ ଯଂଜ୍ଞ ଆରମ୍ଭ ହୋଇ ଅପରାହ୍ନ 2ଟା ରେ ଶେଷ ହୋଇଥିଲା, ଯଂଜ୍ଞ ଶେଷ ହେବା ପରେ ସମସ୍ତ ଭକ୍ତ ଓ ଗ୍ରାମ ବାସୀ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା,

ଏହା ପରେ ସନ୍ଧ୍ୟା 5.30ସମୟ ରେ ଗ୍ରାମ ର କୁନିକୁନି ଶିଶୁ ଭାଇଭଉଣୀ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ସୀତା, ହନୁମାନ ଙ୍କ ବେଶ ରେ ସଜ୍ଜିତ ହୋଇ ଗ୍ରାମ ପରୀକ୍ରମା କରିଥିଲେ, ଏହି କାର୍ଯ୍ୟକ୍ରମ ଟି ଲେଙ୍କୁଡ଼ି ପଡା ଗ୍ରାମର ଗ୍ରାମବାସୀ ମାନେ, ଶ୍ରୀ ରାମ ମନ୍ଦିର ର ସମସ୍ତ ସଦସ୍ୟ ଓ ସରସ୍ବତୀ ବିଦ୍ୟାମନ୍ଦିର ର ସମସ୍ତ ଗୁରୁଜୀ, ଗୁରୁମା, ପରିଚାଳନା ସମିତି ସଦସ୍ୟ ଙ୍କ ସହଯୋଗ ରେ ସାଫଲ୍ୟ ମଣ୍ଡିତ ହୋଇଥିଲା, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1