Skip to content

ରାଷ୍ଟ୍ରପତିଙ୍କ ଗ୍ରସ୍ତ, ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ

ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ନୀଳ ମାଧବ ପୀଠ ଓ କାଳିଆ ପଲ୍ଲୀ କୁ ମହାମହିମ ରାଷ୍ଟ୍ରପତି ଆସନ୍ତା ୨୪ ତାରିଖ ରେ ଆସିବେ । ଏନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ଜଣାପଡ଼ିଛି । ଆଜି ଏଡ଼ିଜି ରାଜେଶ କୁମାର ଏବଂ ଆଇଜି ପ୍ରବୀଣ କୁମାର ନୟାଗଡ଼ ଗ୍ରସ୍ତରେ ଆସି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ନୟାଗଡ଼ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ନୟାଗଡ଼ ଏସପି ଏସ୍ ସୁଶ୍ରୀ ଉପସ୍ଥିତ ରହିବା ସହ ସମସ୍ତ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ନୀଳମାଧବ ମନ୍ଦିର, ହେଲି ପ୍ୟାଡ୍‌, କଣ୍ଟିଲୋରୁ କାଳିଆ ପଲ୍ଲୀ ରାସ୍ତା , କାଳିଆ ପଲ୍ଲୀଠାରେ ଅନୁଷ୍ଠିତ ସମାବେଶର ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ଵ ଦିଆଯାଇଛି ।୬ ଜଣ ଏସ୍ପି ର୍ୟା ଙ୍କ ଅଫିସର ସୁରକ୍ଷା ବ୍ୟବସ୍ଥା ଦାୟିତ୍ଵ ରେ ରହିବେ ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।ଏହା ସହିର ଆଡ଼ିସନାଲ, ଏସପି ,ଡ଼ିଏସପି ଏବଂ ଇନ୍ସପିକ୍ଟେରଙ୍କୁ ଦାୟିତ୍ଵ ଦିଆଯାଇଛି । ଏହା ସହିତ ଉକ୍ତ ଅଞ୍ଚଳକୁ ନୋ ଫ୍ଲାଇିଂଜୋନ୍‌ ଘୋଷଣା କରାଯାଇଛି । ନୀଳମାଧବ ମନ୍ଦିର ନିକଟରୁ କିଛି ଉଠା ଦୋକାନୀକୁ ସ୍ଥାନାନ୍ତର କରାଯାଇଥିବା ବେଳେ ରାଷ୍ଟ୍ର ପତିଙ୍କ ଗ୍ରସ୍ତ ସମୟରେ କଣ୍ଟିଲୋ ବଜାର ବନ୍ଦ କରାଯିବାକୁ ବ୍ୟବସ୍ଥା ହୋଇଥିବା ଏସପି ସୂଚନା ଦେଇଛନ୍ତି । ଆସନ୍ତାକାଲି କାରକେଡ୍‌ ମକଡ୍ରିଲ କରାଯିବା। ନୀଳମାଧବ ମନ୍ଦିରରେ ୨୪ ତାରିଖ ଦିନ ୧ ଘଟିକା ପର୍ଯ୍ୟନ୍ତ ସାଧାରଣ ଉକ୍ତ ଦର୍ଶନ କରିପାରିବେ । ଦିନ ୧ ଘଟିକାରୁ ସର୍ବସାଧାରଣ ଦର୍ଶନ ହୋଇପାରିବ ବୋଲି ଏସ୍‌ପି କହିଛନ୍ତି ।

Ad 1