Skip to content

ରାସ୍ତାସମସ୍ୟା ନେଇ ଲେଙ୍କୁଡ଼ିପଡା ଗ୍ରାମବାସୀଙ୍କ ରାସ୍ତା ରୋକ,

ନୟାଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମୁଖ୍ୟ ରାସ୍ତା ସମସ୍ୟା ନେଇ ଆଜି 11ଘଟିକା ସମୟ ରେ ଲେଙ୍କୁଡ଼ିପଡା ଗ୍ରାମବାସି ତଥା ଯୁବକ ମାନଙ୍କ ଦ୍ୱାରା ଲେଙ୍କୁଡ଼ିପଡା ଛକ ନିକଟ ରେ ରାସ୍ତା ରୋକ କରାଯାଇଥିଲା, ସୂଚନା ଅନୁଯାୟୀ ଅବସ୍ତିତ ଥିବା କୋଇନା ଢ଼ାବା ଠାରୁ ଲେଙ୍କୁଡ଼ିପଡ଼ା ଛକ ପର୍ଯ୍ୟନ୍ତ ରାସ୍ତା ରମରାମତି ନହେବା, ସେହି ରାସ୍ତା ମରଣଯନ୍ତା ପାଲଟି ଥିବା ବେଳେ ଖାଲ ଖମା ହୋଇ ବିଭିର୍ନ ସମୟ ରେ ଦୁର୍ଘଟଣା ଘଟୁଥିବାରୁ ଓ ଯାତାୟାତ ସମୟ ରେ ଭାରି ଜାନ ଯାଇ ତାହା ଧୂଳି ଉଡିବାର ନେଇ, ରାସ୍ତା ରୋକ କରାଯାଇଥିଲା,

ସେହି ରାସ୍ତା ରେ ଯାତାୟତ ଠପ ହୋଇଥିବା ବେଳେ, ନୟାଗଡ଼ ଟାଉନ ଥାନା ପୋଲିସ, ଏବଂ ତହସିଲଦାର ଘଟଣା ସ୍ଥଳ ରେ ତୁରନ୍ତ ପହଂଚି ଲୋକ ଙ୍କୁ ବହୁ ବୁଝା ସୁଝା କରିଥିଲେ, ରାସ୍ତା କାର୍ଯ୍ୟ ତଦାରଖ କରୁଥିବା ଜେଇମଧ୍ୟ ଘଟଣା ସ୍ଥଳ ରେ ପହଂଚି ଥିଲେ, 2ବର୍ଷ 6ମାସ ଧରି ଏହି ରାସ୍ତା ହୋଇ ପାରୁନଥିବା ବେଳେ ବହୁ ବୁଝା ସୁଝା ପରେ ଟାଉନ ଥାନାଅଧିକାରୀ ରସ୍ମିରଞ୍ଜନ ମହାପାତ୍ର ଓ ତହସିଲଦାର ଙ୍କ ଉପ ସ୍ଥିତ ରେ ରାସ୍ତା ରୋକ ହଟିଥିଲା, ପରେ ରାସ୍ତା ରେ ପାଣି ପକାଯିବା ଦେଖା ଯାଇଥିଲା

Ad 1