Skip to content

ରୂପାନ୍ତରିତ ହେବ ନୟାଗଡ଼ ସହରର ମଠ ଓ ମନ୍ଦିର, ସମୀକ୍ଷା କଲେ ଅରୁଣ

ରୂପାନ୍ତରିତ ହେବ ନୟାଗଡ଼ ସହରର ମଠ ଓ ମନ୍ଦିର,ବିକଶିତ ହେବ ପ୍ରତ୍ୟକ ଛବି, ରାଜ୍ୟ ସରକାର ଯୋଗାଇଛନ୍ତି ଅର୍ଥ, ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୟାଗଡ଼ କୁ ଭଲ ପାଇବା ତଥା ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଙ୍କ ଚେଷ୍ଟା, ନିଷ୍ଠା ଓ ପ୍ରଚେଷ୍ଟା ନୟାଗଡ଼ ସହରର ସଫଳତା ର ଶୀର୍ଷ କୁ ଯାଉଛି, ନୟାଗଡ଼ ଜଗନ୍ନାଥମନ୍ଦିର ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା, ନୟାଗଡ଼ ସହର ର ରାଧା କୃଷ୍ମ ମନ୍ଦିର,ସ୍ୱପ୍ନେଶ୍ଵରୀ ମନ୍ଦିର, ଅଲେଖମହିମା, ଗୋପୀନାଥ ମନ୍ଦିର, ରଘୁନାଥ ମନ୍ଦିର, ଓ ଖାଙ୍କି ମଠ ର ରୂପାନ୍ତରିତ ହେବ,ପ୍ରତ୍ୟକ ସ୍ଥାନ ପାଇଁ 10ଲକ୍ଷ ଅନୁଦାନ ଆସିଛି,

ସମସ୍ତ କାର୍ଯ୍ୟ ଯଥା ଶୀଘ୍ର କରାଯିବା ପାଇଁ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇ ଛନ୍ତି,5-ଟି ଆଧାର ରେ ଯେପରି କାର୍ଯ୍ୟ ସମାପନ ହେବ ସେଥିପ୍ରତି ଗୁରୁତ୍ୱ ଦେଇ ଛନ୍ତି,, ନୟାଗଡ଼ ସହରର ସମସ୍ତ ବୁଦ୍ଧିଜୀବୀ ମାନେ ଏହି ସମୀକ୍ଷା ବୈଠକ ରେ ଯୋଗ ଦେଇ ନିଜର ମତାମତ ରଖିଥିଲେ, ଏଭଳି କାର୍ଯ୍ୟ କୁ ସମସ୍ତେ ପ୍ରଶଂସାକରି ଥିଲେ,,

ଏହି ସମୀକ୍ଷା ବୈଠକ ରେ ନୟାଗଡ଼ ପୌରାଧକ୍ଷା ନିରୁପମା ଖଟେଇ, ଉପାଧକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ବିଡ଼ିଓ ପଦ୍ମ ଚରଣ ସାହୁ, ସହକାରୀ ଯନ୍ତ୍ରୀ ଚନ୍ଦ୍ର ଶେଖର ସାମନ୍ତ ରାୟ,ଶରତ ମଲ୍ଲିକ,ଓ ସମସ୍ତ କନିଷ୍ଠ ଯନ୍ତ୍ରୀ ମାନେ ଯୋଗ ଦେଇ ଥିଲେ

Ad 1