ରୋଟାରୀ କ୍ଲବ୍ ରେ ପାଳିତ ହେଲା ୭୫ ତମ ଗଣତନ୍ତ୍ର ଦିବସ
ନୟାଗଡ଼ ରୋଟାରୀ କ୍ଲବ୍ ରେ ୭୫ ତମ ଗଣତନ୍ତ୍ର ଦିବସ ପାଳନ ହୋଇଯାଇଛି । କ୍ଲବ୍ ର ସଭାପତି ଅବଦୁଲ ଆରିଫ୍ ଖାନ୍ ପତାକା ଉତ୍ତୋଳନ କରି ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତି ଚାରଣ କରିବା ସହିତ ଡ଼କ୍ଟର ଭୀମ ରାଓ ଆମ୍ବେଦକରଙ୍କ ସମ୍ବିଧାନ ପ୍ରଣୟନ ଅବଦାନ ବିଷୟରେ ବକ୍ତବ୍ୟ ରଖିଥିଲେ । ମହାପୁରୁଷ ମାନଙ୍କର ଦାନ ପାଇଁ ଆଜି ଆମେ ଗର୍ବିତ । ଯେଉଁ ମାନଙ୍କର ତ୍ୟାଗ ଓ ବଳିଦାନ ରେ ଆଜି ର ଦିନଟି ବହୁ ଗୁରୁତ୍ଵପୂର୍ଣ୍ଣ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ, ଭାରତ ମାତାର ସନ୍ତାନ, ଏହା ହେଉଛି ଆମର ପରିଚୟ ବୋଲି ବକ୍ତବ୍ୟ ରଖିଥିଲେ । ସକାଳ ୧୦ଟା ୩୦ ମିନିଟ୍ ସମୟରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରରେ ରୋଟାରୀ କ୍ଲବ୍ ଆନୁକୂଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଶିବିରକୁ ଉଦଘାଟନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ଓ ତହସିଲଦାର ରାଜେଶ କେଶରୀ ସ୍ଵାଇଁ ଉପସ୍ଥିତ ଥିଲେ । ଶିବିରରୁ ମୋଟ ୧୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । କ୍ଲବର ସଂପାଦକ ଶ୍ରୀଧର ସାହୁ କାର୍ଯ୍ୟକ୍ରମ ଗୁଡିକୁ ସଂଯୋଜନା କରିଥିବା ବେଳେ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।
ରୋଟାରିଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ , ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ମନୋରଂଜନ ପ୍ରଧାନ , ଜି ରଶ୍ମି ରାଜ, ପ୍ରସନ୍ନ କୁମାର ବସନ୍ତିଆ , ପର୍କିତ ପତ୍ର ସାହୁ , ପ୍ରବୀର କୁମାର ପ୍ରୁଷ୍ଟି ଅବିନାଶ ସାହୁ, ବାସୁଦେବ ସାହୁ, ମଦନ ମୋହନ ମହାପାତ୍ର ,ଲକ୍ଷ୍ମୀନାରାୟଣରଥ ସମେତ ବହୁ ସଦସ୍ୟ ଉପସ୍ଥିତ ରହି । ସହଯୋଗ କରିଥିଲେ । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡେ