Skip to content

ଲେନିନ୍ ଙ୍କ ୧୫୬ ତମ ଜୟନ୍ତି ରଣପୁରରେ CPI(M) ତରଫ ରୁ ପାଳିତ

ରଣପୁର ସ୍ଥିତ ଶହୀଦ ରଘୁ-ଦିବାକର ଭବନ ଠାରେ ସିପିଆଇ (ଏମ) ତରଫରୁ ଲେନିନଙ୍କ ୧୫୬ ତମ ଜୟନ୍ତି ପାଳିତ ହୋଇଥିଲା।ପ୍ରଥମେ ଉପସ୍ଥିତ ସାଥୀ ମାନେ ଲେନିନଙ୍କ ଫଟୋଚିତ୍ର ରେ ପୁଷ୍ପାର୍ପଣ କରିଥିଲେ।ସାଥୀ ନିତ୍ୟାନନ୍ଦ ପରିଡ଼ା ସଭାପତିତ୍ବ ରେ ଅନୁଷ୍ଠିତ ଆଲୋଚନା ସଭାରେ ବକ୍ତା ମାନେ ଭି ଆଇ ଲେନିନଙ୍କ ଜୀବନାଦର୍ଶ ସମ୍ପର୍କ ଆଲୋଚନା ସହ ବିଶ୍ବ ସର୍ବହରା ର ନାୟକ ତଥା ସମାଜବାଦୀ ବ୍ୟବସ୍ଥା ଓ ଋଷ ବିପୁଳ ର ରୂପକାର ଭାବେ ଅଭିହିତ କରିଥିଲେ। ପୁଞ୍ଜିବାଦୀ ଓ ସାମ୍ରାଜ୍ୟବାଦୀ ବ୍ୟବସ୍ଥା କୁ ପ୍ରତିହତ କରି ସମାଜବାଦୀ ବ୍ୟବସ୍ଥା ର ଉତ୍ଥାନ ସହ ଭାରତ ସମେତ ଅନେକ ରାଷ୍ଟ୍ରର ମୁକ୍ତି ସଂଗ୍ରାମ କୁ ଇନ୍ଧନ ଯୋଗାଇବାରେ ଲେନିନ ଥିଲେ ଦିଗ୍ ଦର୍ଶକ।୧୯୪୫ ମସିହା ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବିଭିନ୍ନ ରାଷ୍ଟ୍ରରେ ପୁଞ୍ଜିପତି ମାନେ କ୍ଷମତା ଦଖଲ ପାଇଁ ସାମ୍ପ୍ରଦାୟିକ ବିଚାରର ବିଷ ମଞ୍ଜିକୁ ପ୍ରୟୋଗ କରି ଆଜି ଦିନରେ କ୍ଷମତା ଦଖଲ କରି ତାଙ୍କର ଶୋଷଣ କରି ଚାଲିଛନ୍ତି। ଯାହାକି ଆମ ଦେଶ ଓ ଦେଶବାସୀ ମୁକ୍ତ ନୁହନ୍ତି।

ଗରୀବ ସାଧାରଣ ଲୋକ ଆଜି ଗଭୀର ସଙ୍କଟ ଦେଇ ଗତି କରୁଛନ୍ତି। ସମାଜବାଦୀ ବ୍ୟବସ୍ଥାରେ ଖାଦ୍ୟ,ବସ୍ତ୍ର,ବାସଗୃହ,ଶିକ୍ଷା ଓ ସ୍ଵାସ୍ଥ୍ୟ ସୁନିଶ୍ଚିତତା ହିଁ ମିଳିଥାଏ। ତେଣୁ ଆଜିର ସମାଜରେ ଲେନିନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସମାଜବାଦୀ ବ୍ୟବସ୍ଥା ଗଠନ ପାଇଁ କାର୍ଯ୍ୟ କଲେ ହିଁ ତାଙ୍କ ପ୍ରତି ଉଚିତ ପଦକ୍ଷେପ ହେବ ବୋଲି ବକ୍ତା ମାନେ କହିଥିଲେ। ଏହି ଆଲୋଚନା ସଭାରେ ପାର୍ଟିର ଜିଲ୍ଲା କମିଟି ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର, ସୁରେଶ ଚନ୍ଦ୍ର ସ୍ଵାଇଁ ଓ ନିତ୍ୟାନନ୍ଦ ପରିଡ଼ା ପ୍ରମୁଖ ଆଲୋଚନା କରିଥିଲେ।

Ad 1