Skip to content

ଶକ୍ତିଶାଳୀ ହେଉଛି ନୟାଗଡ଼ ବିଜେଡି, ବିଜେପିର ଦୁଇ ୱାର୍ଡସଭ୍ୟ ବିଜେଡିରେ ସାମିଲ

ଶକ୍ତିଶାଳୀ ହେଉଛି ନୟାଗଡ଼ ବିଜେଡ଼ି । ଆଜି ବିଜେଡିରେ ଯୋଗ ଦେଇଛନ୍ତ ବିଜେପିର ଦୁଇ ୱାର୍ଡ ସଭ୍ୟ । ସୁସ୍ଥ ନୟାଗଡ଼, ସ୍ଵଚ୍ଛ ନୟାଗଡ଼ ଉର୍ନ୍ନତି ସାଥିରେ ସମାଜ ସଂସ୍କାର ନାରା ଦେଇ ଆସୁଥିବା ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ ପ୍ରତେକ୍ଷ ତତ୍ତ୍ଵବଧାନ ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ୧୯ ବର୍ଷ ଉର୍ଦ୍ଧ ଅରୁଣ ଙ୍କ ହାତରେ ଥିବା ନୟାଗଡ଼ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେଉଛି । ଆଜି ର ଏହି ମିଶ୍ରଣ ପର୍ବରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ନୟାଗଡ଼ ବ୍ଲକ ଅନ୍ତର୍ଗତ ଗମ୍ଭାରି ଡିହି ଗ୍ରାମ ପଞ୍ଚାୟତର ବିଜେପି ସମର୍ଥି ଦୁଇ ୱାର୍ଡମେମ୍ବର ଆଜି ବିଜେଡ଼ିର ହାତ ଧରିଛନ୍ତି । ୧ନଂ ୱାର୍ଡ଼ ର ସଭ୍ୟ ପ୍ରଫୁଲ୍ଲ କୁମାର ସ୍ଵାଇଁ ଓ ୮ନଂ ୱାର୍ଡର ସଭ୍ୟ ସୁଦର୍ଶନ ନନ୍ଦ ଆଜି ବିଧିବଦ୍ଧ ଭାବେ ବିଜେଡ଼ି ସାମିଲ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ଡ଼.ସାହୁଙ୍କ ସ୍ଵଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ ଗମ୍ଭାରିଡିହି ପଞ୍ଚାୟତକୁ ବିଜେଡିର ଗଡ଼ କରି ଶକ୍ତିଶାଳୀ କରିବାକୁ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି । ଆଜି ର ଏହି ମିଶ୍ରଣ ପର୍ବ ରେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କ ସମ୍ମେତ ନୟାଗଡ଼ ବ୍ଲକ ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସରୋଜ ରଣସିଂ ଓ ପୂର୍ବତନ ସରପଞ୍ଚ ପଦ୍ମ ଉଦଭାନୁ ପ୍ରମୁଖ ଉପସ୍ଥିତ ରହିଥିଲେ ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

Ad 1