ଶାଳଭଙ୍ଗାଜଙ୍ଗଲ ନିକଟରେ ଟ୍ରକ ଓ ବସ ମୁହାଁ ମୁହିଁ ଧକ୍କା,3ମୃତ

ଶୁକ୍ରବାର ରାତି 11ଟା ସମୟ ରେ ଶାଳଭଙ୍ଗା ଜଙ୍ଗଲ ନିକଟରେ ଟ୍ରକ, ବସ ମୁହଁମୁହିଁ ଧକ୍କା ହୋଇଛି, ଫଳ ରେ 3ଜଣକ ର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହାତ ହୋଇଛନ୍ତି, ମୃତକ ମାନେ ଟାକରା ର ଅମ୍ରିତା ସାହୁ, ଟାଙ୍ଗିଆ ପଲ୍ଲୀ ଗ୍ରାମର ଚିନ୍ମୟୀ ପ୍ରିୟଦର୍ଶିନୀ ଓ ଖଜୁରୀପଡା ର ଲୋପାମୁଦ୍ରା ପ୍ରଧାନ, ସୂଚନା ଯୋଗ୍ୟ ଏକ ଘରୋଇ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ପିକନିକ ଯାଉଥିବା ସମୟ ରେ ଏଭଳି ଦୁଖଃଦ ଘଟଣା ଘଟିଛି

ଗସ୍ତ କରିବାର ମାତ୍ର 25କିଲୋମିଟର,ଦୂରରେ ଏଭଳି ଘଟଣା ଘଟିଛି,ଗୁରୁତ୍ୱର ମାନ ଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି,ଘଟଣା ସ୍ଥଳ ରେ ଏସପି,ଏସଡିପିଓ ଙ୍କ ସମେତ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

You might also like