ଓଡ଼ଗାଁ:- ଓଡ଼ଗାଁ ବ୍ଳକ କୁରାଳ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଜୈନିକ ଶିକ୍ଷକ ମନୋଜ ଦାସ ସ୍କୁଲକୁ ଉପଯୁକ୍ତ ନିର୍ଘଣ୍ଟ ରେ ନଯାଇ ନୟାଗଡ଼ ବିଧାୟକ ଅରୁଣ ସାହୁ ଙ୍କ ସହ ବୁଲୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗତକାଲି ବିଧାୟକଙ୍କ ଦୈନିକ ଗସ୍ତ ସୂଚୀ ମଧ୍ଯରୁ କୁରାଳ, ନାଥିଆପଲ୍ଲୀ ଗାଁ ଗସ୍ତ କାର୍ଯ୍ଯକ୍ରମ ରହିଥିଲା।

ହେଲେ ଏଥିରେ ଜଣେ ଶିକ୍ଷକ ବିଧାୟକଙ୍କ ସହ ବୁଲିବା ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି। ଏବଂ ଶିକ୍ଷକଙ୍କ ଏଭଳି ରାଜନୈତିକ ବ୍ୟକ୍ତିତ୍ୱ ଙ୍କ ଭଳି ପରିଭ୍ରମଣ କୁ ତାସ୍ଛଲ୍ୟ କରିବା ସହିତ ଶିକ୍ଷକ ଚାକିରୀ ଛାଡି ରାଜନିତୀ କରନ୍ତୁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ୍ ଦାଶ କହିଛନ୍ତି।