Skip to content

ଶିକ୍ଷୟତ୍ରୀଙ୍କ ହୃଦଘାତରେ ପରଲୋକ

ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଦମୟନ୍ତୀ ଜାନୀ (୫୦) ଙ୍କ ହୃଦଘାତ ରେ ପରଲୋକ ଘଟିଛି । ସେ କିଛି ବର୍ଷ ଧରି ଥଲାସେମିଆ ରୋଗରେ ଆକ୍ରାନ୍ତ ଥିବା ବେଳେ ନିୟମ ବ୍ୟବଧାନରେ ଚିକିତ୍ସିତ ହେଉଥିଲେ I

ତେବେ ଗତ ଦୁଇ ଦିନ ତଳେ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ଵରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ସନ୍ଧ୍ୟାରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । ତାଙ୍କର ଏହି ଆକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇ ଥିବା ବେଳେ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ, ବିଭିନ୍ନ ଶିକ୍ଷକ ସଙ୍ଗଠନର କର୍ମକର୍ତ୍ତା ତଥା ଶିକ୍ଷକ ସମାଜ ପକ୍ଷରୁ ଗଭୀର ଶୋକ ବ୍ୟକ୍ତି କରା ଯାଇଛି

Ad 1