Skip to content

ଶ୍ରୀକ୍ଷେତ୍ର ଧାମ ରେ ସାମ୍ବାଦିକାଙ୍କୁ ସେବାୟତ ଙ୍କ ଆକ୍ରମଣ ଘଟଣା, ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲାପାଳଙ୍କୁ ସ୍ମାରକ ପତ୍ର ଦେଲା ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରତିବାଦ କରି ଆଜି 11ଘଟିକା ସମୟ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି, ସୂଚନା ଅନୁଯାୟୀ ପବିତ୍ର ଶ୍ରୀକ୍ଷେତ୍ର ଧାମ ରେ କାର୍ଯ୍ୟରତ ସାମ୍ବାଦିକା ଳିନୁ ନାୟକ ଙ୍କୁ ମାଡ଼ ମାରିବା ଘଟଣା ନେଇ ସାରା ରାଜ୍ୟ ରେ ନିନ୍ଦା କରାଯାଉଥିବା ବେଳେ ସାମ୍ବାଦିକ ମାନେ 36ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଅନଶନ ରେ ବସି ଥିଲେ ହେଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଦୁଃଖ ଦାୟକ ହୋଇଥିବା ବେଳେ ରାଜ୍ୟ ର ଅନେକ ସାମ୍ବାଦିକ ସଙ୍ଘ ଏ ଘଟଣା ପ୍ରତିବାଦ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି, ଅନୁ ରୂପ ଭାବେ ଉକ୍ତ ଘଟଣାରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ତରଫରୁ ସଭାପତି ପ୍ରମୋଦ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଜିଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲାପାଳ ରୋଜିନା ଦାସଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି,

ଜିଲ୍ଲା ସାମ୍ବାଦିକ ସଙ୍ଘ ର କର୍ମକର୍ତା ମାନେ ସାମ୍ବାଦିକ ସୁରକ୍ଷା ଆଇନ, ତୁରନ୍ତ ପ୍ରଣୟନ, କରନ୍ତୁ ବୋଲି ଓ ସାମ୍ବାଦିକ ଙ୍କ ସୁରକ୍ଷା ପ୍ରତି ସରକାର ସକାରାତ୍ମକ ପଦକ୍ଷେପ ନେବାପାଇଁ ମତବ୍ୟକ୍ତ କରିଛନ୍ତି, ଏହି ସ୍ମାରକ ପତ୍ର ପ୍ରଦାନ ବେଳେ, ବରିଷ୍ଠ ସାମ୍ବାଦିକ ସୁବାସ ମହାପାତ୍ର, ପୁରୁଷୋତମ ମହାପାତ୍ର, ଯୁବ ସାମ୍ବାଦିକ ଯଯାତି ମହାପାତ୍ର, ଦୀପକ ଦାସ ରଂଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ

ଆଜି

Ad 1