Skip to content

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀଳମାଧବ ମନ୍ଦିରର ସେବାୟତ ମାନଙ୍କୁ ନିମନ୍ତ୍ରଣ

ଆଜି ମଧ୍ୟାହ୍ନ ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍‌ଘାଟନର ନିମନ୍ତ୍ରଣ ପତ୍ର ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦୁଇଜଣ ସେବାୟତ କଣ୍ଟିଲୋ ନୀଳମାଧବ ମନ୍ଦିରକୁ ଆସିଥିଲେ । ସେମାନଙ୍କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶକ୍ରମେ ସ୍ଥାନୀୟ ତହସିଲଦାର ଏବଂ ନୀଳମାଧବ ମନ୍ଦିରର ସେବାୟତମାନେ ପୁଷ୍ପମାଳ ତଥା ସଂକୀର୍ତନ ମଣ୍ଡଳୀ ଦ୍ଵାରା ସ୍ଵାଗତ କରି ମନ୍ଦିରକୁ ପାଛୋଟି ନେଇଥିଲେ ।

ପ୍ରଭୁ ନୀଳମାଧବଙ୍କ ସମ୍ମୁଖରେ ଶ୍ରୀମନ୍ଦିରରୁ ଆସିଥିବା ସେବାୟତମାନେ ନୀଳମାଧବଙ୍କ ସେବାୟତ ମାନଙ୍କୁ ନିମନ୍ତ୍ରଣ ଦେଇଥିଲେ । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୟାଗଡ଼ ଜିଲ୍ଲାର ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କ ଠାରୁ ତା.୬.୧.୨୦୨୪ ରିଖରୁ ତା. ୧୫.୧.୨୦୨୪ ରିଖ ପର୍ଯ୍ୟନ୍ତ ମୁଠାଏ ଅରୁଆ ଚାଉଳ ଏବଂ ଗୋଟିଏ ଗୁଆ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବାପାଇଁ ନିବେଦନ କରାଯାଇଛି ।

ଏଥି ନିମନ୍ତେ ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରେ ଆସନ୍ତାକାଲିଠାରୁ ସମର୍ପଣ କାର୍ଯ୍ୟକ୍ରମ ଆରମ୍ଭ କରିବାପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Ad 1