ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୃଷି ଓ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା କୃଷି ବିଭାଗ ଆନୁକୁଲ୍ୟରେ 10ଘଟିକା ସମୟ ରେ ଶ୍ରୀ ଅନ୍ନ ଯୋଜନା ସଚେତନତା ରଥ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲାପାଳଅକ୍ଷୟ ସୁନୀଲ ଅଗ୍ରୱାଲ ପତକା ଦେଖାଇ ଉଦଘାଟନ କରିଥିଲେ, ,କୃଷି ବିଭାଗ କର୍ମଚାରୀ ତଥା ପ୍ରଶାସନ ର ବିଭିନ୍ନ କର୍ମଚାରୀ ଉପସ୍ଥିତ ଥିଲେ । ଏହି ରଥନୟାଗଡ଼, ଦଶପଲ୍ଲା, ଖଣ୍ଡପଡ଼ା, ରଣପୁର ବିଭିନ୍ନ ପଞ୍ଚାୟତରେ ପରିକ୍ରମା କରି ଜନସାଧାରଣଙ୍କୁ ଶ୍ରୀ ଅନ୍ନ ଯୋଜନା ସମ୍ପର୍କରେ ସଚେତନ କରିବ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟ ମାନଙ୍କ ଦ୍ବାରା ଖାଦ୍ୟ ମେଳାର ଆୟୋଜନ କରାଯାଇ ପୁଷ୍ଟିଶସ୍ୟ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କେତେ ହିତକର ସେ ସମ୍ପର୍କରେ ଜନସଚେତନତା ସୃଷ୍ଟିକରିବ,ମାଣ୍ଡିଆ ଶରୀର ପାଇଁ ଅନେକ ଉପକାରୀ ଖାଦ୍ୟ ରୂପେ ପରିଗଣିତ ।
ଯାହା ଦିନେ ଗରୀବଙ୍କ ଖାଦ୍ୟ ଥିଲା ତାହା ଏବେ ଧନୀ ଲୋକଙ୍କର ଜୀବନ ପାଲଟିଛି । ମାଣ୍ଡିଆର ଚାହିଦାକୁ ନଜର କରି ସରକାର ମାଣ୍ଡିଆ ଚାଷକୁ ଅତ୍ୟନ୍ତ ଗୁରୁତ୍ବ ଦେଉଛନ୍ତି । ସରକାର ଚଳିତ ବର୍ଷ ମଣ୍ଡିରେ ମାଣ୍ଡିଆ କ୍ଵିଣ୍ଟାଲ ପିଛା ଦର ୪୨୯୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ଯାହାକି ମାଣ୍ଡିଆ ଚାଷୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିବ ବୋଲି ଜଣାପଡିଛି । ପୂର୍ବରୁ ଏହି ଦର ୩୮୪୬ ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ସରକାର ମାଣ୍ଡିଆର ଦରବୃଦ୍ଧି କରିଥିବା ଜଣାପଡିଛି ।