Skip to content

ଶ୍ୟାମ ବନ୍ଧୁ ଉଚ୍ଚ ବିଦ୍ୟାଳୟ ଛାତ୍ର ଙ୍କୁ ମାଡ଼ ଘଟଣା, ଶିଶୁ ଅଦାଲତ ରେ 10ନା ବାଳକ ହାଜର

ନୟାଗଡ଼ ବ୍ଳକ ଅନ୍ତର୍ଗତ ମାଛିପଡ଼ା ଶ୍ୟାମ ବନ୍ଧୁ ଉଚ୍ଚ ବିଦ୍ୟାଳୟ ରେ ସବର୍ଣ୍ଣ,ଅସବର୍ଣ୍ଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ରହିଥିବା ବିବାଦ ଘଟଣା କୁ ନେଇ ବିଦ୍ୟାଳୟ ରେ ରଣକ୍ଷେତ୍ର ପାଲଟି ଥିଲା, ଅସବର୍ଣ ଛାତ୍ର ମାନେ ସଙ୍ଘ ବଦ୍ଧ ଭାବେ ସବର୍ଣ୍ଣ ଛାତ୍ର ଙ୍କୁ ଆକ୍ରମଣ କରିଥିଲେ,

ଦୁଇ ଛାତ୍ର ଗୁରୁତ୍ୱର ଅବସ୍ଥା ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ ଭର୍ତି ହୋଇଥିଲେ,ଘଟଣା କୁ ନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଫକୀର ପ୍ରଧାନ ଥାନା ରେ ଅଭିଯୋଗ କରିଥିଲେ,ସଦର ଥାନା ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ଥାନା ଅଧିକାରୀ ବିଜୟା ସାହୁ ଏହାର ତଦନ୍ତ ଦାୟିତ୍ୱ ରେ ରହିଥିଲେ,ମାମଲା ରେ ସଂଶ୍ଲିଷ୍ଟ ଉଭୟ ପକ୍ଷର 10ଜଣ ନା ବାଳକ ଙ୍କୁ ଶିଶୁ ଅଦାଲତ ରେ ହାଜର କରିଥିବା ଥାନା ଅଧିକାରିଣୀ ବିଜୟା ସାହୁ ସୂଚନା ଦେଇଛନ୍ତି

Ad 1