Skip to content

ଷ୍ଟାଣ୍ଡିଙ୍ଗ କମିଟି ର ଖୁଣ୍ଟବନ୍ଧ କାରାଗାର ପରିଦର୍ଶନ ସହିତ କାରାଗାର ଠାରେ ସଚେତନତା ଶିବିର ଅନୁଷ୍ଠିତ

ନୟାଗଡ଼ ଜିଲ୍ଲା ଦୌରାଜାଜ ତଥା ଆଇନସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣା ନିର୍ଦେଶ ରେ ସଚିବ ଅଞ୍ଜଳି ମଛଖଣ୍ଡ ଙ୍କ ନେତୃତ୍ୱ ରେ ଷ୍ଟାଣ୍ଡିଙ୍ଗ କମିଟି ର ନୟାଗଡ଼ ଖୁଣ୍ଟୁବନ୍ଧ ଠାରେ ଅବସ୍ଥାପିତ ଜିଲ୍ଲା କାରାଗାର ପରିଦର୍ଶନ ଶହ କାରାଗାର ଅନ୍ତେବାସୀ ଙ୍କୁ ନେଇ ଦାଦନ ଶ୍ରମିକ ଙ୍କ ଉପରେ ଆଜି 11ଘଟିକା ସମୟ ରେ ସଚେତନତା ଶିବିର ଅନୁଷ୍ଠିତ ହୋଇଛି, ଷ୍ଟାଣ୍ଡିଙ୍ଗ କମିଟି ଜିଲ୍ଲା କାରାଗାର ସ୍ଵଛତା ଓ କାରାଗାର ଅନ୍ତେବାସୀ ଙ୍କ ଭଲ ମନ୍ଦ ବୁଝିବା ସହିତ ଜାତି ପ୍ରଥା ବିଷୟ ରେ ଅନ୍ତେବାସୀଙ୍କୁ ବୁଝାଇଥିଲେ, ଷ୍ଟାଣ୍ଡିଙ୍ଗ କମିଟି ସଭ୍ୟ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ସମାଜ ସେବୀ ଅରୁଣ କୁମାର ମହାନ୍ତି, ପ୍ରବାସିନୀ ନନ୍ଦ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷା ମାଳତୀ ଗୁରୁ, ଜେଲ ସୁପରିଟେଣ୍ଡେଣ୍ଟଅଜିତ ବେହେରା,ଏସ. ଏ.ଜେ ମିନକେତନ ମଲ୍ଲିକ, ଏସ. ଏ. ଜେ ମନୁ ବେହେରା, ଏସ. ଏ. ଜେ ବୃନ୍ଦାବନ ପ୍ରଧାନ ଯୋଗ ଦେଇଥିଲେ, ଏହାପରେ ଅନ୍ତେବାସୀ ମାନଂକୁ ନେଇ ଦାଦନ ଶ୍ରମିକ ଙ୍କ ସମ୍ବନ୍ଧ ରେ ସଚେତନତା ସିବିରଆରମ୍ଭ ହୋଇଥିଲା,ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା,

ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସଚିବ ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଶିବିର କୁ ଉଦଘାଟନ କରି ଶ୍ରମିକ ଙ୍କ ପାଇଁ ଆଇନ ରେ ଥିବା ଵିଧିବ୍ୟବସ୍ଥା ସମ୍ବନ୍ଧ ରେ ଆଲୋକ ପାତ କରିଥିଲେ, ସଂମ୍ମାନିତ ଅତିଥି ଭାବେ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣାଯୋଗ ଦେଇ ଶ୍ରମିକ କାହାକୁ କହନ୍ତି ଦାଦନ ଶ୍ରମିକ କିଏ, ଏମାନେ ନିର୍ଯ୍ୟାତିତ ହେଲେ ଆଇନ ରେ ଏମାନଙ୍କ ପାଇଁ କଣ କଣ ସୁବିଧା ସୁଯୋଗ ଅଛି, ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହଯୋଗ ରେ କିପରି ସୁବିଧା ସୁଯୋଗ ପାଇ ପାରିବେ, ସେ ସମ୍ପର୍କ ରେ ଆଲୋକ ପାତ କରି ଥିବା ବେଳେ ଉକ୍ତ ଶିବିରକୁ ସଫଳ କରିବାରେ ଗ୍ରାମୀଣ ଆଇନ ସଚେତନତା କର୍ମୀ ପ୍ରଫୁଲ କୁମାର ବେହେରା, ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ଆଇନ ସେବା କର୍ମଚାରୀ ରାଜେଶ କୁମାର ବାରିକ ଏବଂ ଜେଲ କର୍ମଚାରି ସମୂହ ସହଯୋଗ କରିଥିଲେ

Ad 1