ସଭାପତି ଙ୍କ ମନମୁଖି କାର୍ଯ୍ୟ ର ପ୍ରତିବାଦ

ବାହାଡା ଝୋଲା ପଞ୍ଚାୟତର ସୋସାଇଟି ରେ ସଭାପତି ଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଅଚଳବସ୍ଥା ସୃଷ୍ଟି ହୋଇଛି, ସାଧାରଣ ଚାଷୀ ନାହିଁ ନଥିବା ହଇରାଣ ହେଉଛନ୍ତି, ଚାଷୀ ବିହନ, ସାର ଓ ଚାଷ କାର୍ଯ୍ୟ ପାଇଁ ଲୋନ ପାଇ ପାରୁନାହାନ୍ତି, ସଭାପତି ସାଧାରଣ ସଭାଡକାଇ ଥିଲେ, ଏହାକୁ ସୋସାଇଟ ରେ ନକରି ନିଜଘରେ ଆୟୋଜନ କରିଥିଲେ,

ସଭାକୁ କୌଣସି ଡାଇରେକ୍ଟର କିମ୍ୱା ସୋସାଇଟି ସେକ୍ରେଟାରୀ ଙ୍କୁ ଡାକି ନଥିଲେ, ଫଳରେ ସୋସାଇଟି ସେକ୍ରେଟାରୀ ଓଡାଇରେକ୍ଟର ଏହି ମନମୁଖୀ କାର୍ଯ୍ୟଯୋଗୁ ନିରବ ପ୍ରାଥନା ସହିତ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ, ଏହି ବିଷୟ ରେ ସୋସାଇଟି ସଭାପତିଙ୍କ ମତାମତ ମିଳିପାରିନାହିଁ, ସଭାପତି ଙ୍କ ଏଭଳି ମନ ମୁଖି କାର୍ଯ୍ୟ ପାଇଁ ଆଗାମୀ ଦିନ ରେ ବଡ଼ଧରଣ ର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି 14ଖଣ୍ଡ ଗ୍ରାମବାସୀ ଚେତାବନୀ ଦେଇଛନ୍ତି

You might also like